ସରକାରୀ ଜମି ଜବରଦଖଲକାରୀ ହୁସୀୟାର:ନୂଆ ସରକାର ନେବେ କଡା କାର୍ଯ୍ୟାନୁଷ୍ଠାନ

You are currently viewing ସରକାରୀ ଜମି ଜବରଦଖଲକାରୀ ହୁସୀୟାର:ନୂଆ ସରକାର ନେବେ କଡା କାର୍ଯ୍ୟାନୁଷ୍ଠାନ

ଅନୁଗୁଳ: ନୂଆ ସରକାର କ୍ଷମତାକୁ ଆସିବାପରେ ରାଜ୍ୟର ବିକାଶ ପାଇଁ ଅଣ୍ଟା ଭିଡିଛନ୍ତି। ତେବେ ଏକ ଉଚ୍ଚ ସ୍ତରୀୟ ବୈଠକରେ ହୋଇଥିବା ଆଲୋଚନାରୁ ରାଜ୍ୟର ବିକାଶ ରେ ସରକାରୀ ଜମି ଜବର ଦଖଲ ସମସ୍ୟା ଏକ ଗୁରୁତର କାରକ ଭାବେ ଦେଖା ଦେଇଛି। କୌଣସି ଉନ୍ନତି ମୂଳକ କାର୍ଯ୍ୟ କଥା ଚିନ୍ତା କଲା ବେଳକୁ ସରକାରୀ ଜମି ଆଉ ନାହିଁ।

କି ସହର କି ମଫସଲ ସବୁଠି ଏଇ ଜବରଦଖଲ ସମସ୍ୟା। ତେଣୁ ନିକଟରେ ରାଜ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସବୁ ଜିଲ୍ଲାପାଳଙ୍କୁ ଏହାର କାର୍ଯ୍ୟାନୁଷ୍ଠାନ ନେଇ ଚିଠି ଲେଖିଛନ୍ତି। ଅନୁଗୁଳ ଜିଲ୍ଲାରେ କି ନେତା କି ଜନତା ସୁବିଧାମତେ ଅନେକେ ସରକାରିଜମି ଜବରଦଖଲ କରି ରଖିଛନ୍ତି। ଜିଲ୍ଲାପାଳମାନେ ଏବେ ପ୍ରତି ପନ୍ଦର ଦିନରେ ଠାରେ ସମୀକ୍ଷା କରି ଜବରଦଖଲ ହଟାଇବାକୁ ପଦକ୍ଷେପ ନେବେ। ଜବରଦଖଲ ହଟିବା ପରେ ବାଡ଼ାବନ୍ଦୀ କରି ସେଠାରେ ବୋର୍ଡ ମଧ୍ୟ ଲଗାଯିବ। ଏହି ଖବର ଜଣାପଡିବା ପରେ ଏବେ ଜବରଦଖଲକାରୀ ଛନିଆଁ ହେଲେଣି।

Share

Leave a Reply