ଆଜିକାଲିର ଖରାପ ଲାଇଫ୍ଷ୍ଟାଇଲ ଏବଂ ଖାଇବା ଅଭ୍ୟାସ ଯୋଗୁ ଲୋକମାନେ ଅନେକ ରୋଗର ଶିକାର ହେଉଛନ୍ତି। ତେବେ ଭଲ ସ୍ବାସ୍ଥ୍ୟ ପାଇଁ ପୋଷକ ତତ୍ତ୍ୱଯୁକ୍ତ ଖାଦ୍ୟ ଖାଇବାକୁ ସବୁବେଳେ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। କିନ୍ତୁ ଆଜିକାଲି ଲୋକମାନେ ଜାଣିଶୁଣି ହେଉ କିମ୍ବା ଅଜାଣତରେ ଅଧିକ ଧଳା ଜିନିଷ ଖାଇଥାନ୍ତି ଯାହା ସେମାନଙ୍କ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଯଦି ଖାଦ୍ୟରେ ବହୁତ ଚାଉଳ, ମଇଦା, ଚିନି ଏବଂ ଲୁଣ ବ୍ୟବହାର କରୁଛନ୍ତି ତେବେ ଏହାକୁ ବନ୍ଦ କରନ୍ତୁ। ନଚେତ ବହୁ ବଡ଼ ରୋଗର ଶିକାର ହୋଇପାରନ୍ତି। ଆସନ୍ତୁ ଜାଣିବା କେଉଁ ୪ଟି ଧଳା ଜିନିଷକୁ ଖାଇବା କମାଇବା ଉଚିତ…
ଚିନି : ଅଧିକ ଚିନି ଖାଇବା ଦ୍ୱାରା ଅନେକ ରୋଗ ହୋଇପାରେ। ଏହା ଏନର୍ଜି କମାଇବା ସହ ଡାଇବେଟିସ୍ ହେବାର ଆଶଙ୍କାକୁ ବଢାଇପାରେ।
ଧଳା ଲୁଣ : ଧଳା ଲୁଣର ଅତ୍ୟଧିକ ବ୍ୟବହାର ହାଇ ବ୍ଲଡ ପ୍ରେସରର ସମସ୍ୟା ସୃଷ୍ଟି କରିପାରେ। ଅଧିକ ଲୁଣ ଖାଇବା ଦ୍ବାରା କିଡନୀ ସମ୍ବନ୍ଧୀୟ ରୋଗ ହୋଇପାରେ।
ଚାଉଳ : ଭାତ କିମ୍ବା ଚାଉଳରେ ତିଆରି ଖାଦ୍ୟ ବିନା ଲୋକଙ୍କ ଖାଦ୍ୟ ସଂପୂର୍ଣ୍ଣ ହୋଇ ନଥାଏ। କିନ୍ତୁ ଚାଉଳର ଅତ୍ୟଧିକ ବ୍ୟବହାର ସୁଗାର ସହିତ ଓଜନ ବଢିବାରେ ମଧ୍ୟ ସାହାଯ୍ୟ କରିଥାଏ। ତେଣୁ ଧଳା ଚାଉଳ ବଦଳରେ ବ୍ରାଉନ୍ ରାଇସ ଖାଇବା ଉଚିତ୍।
ମଇଦା : ସ୍ଵାସ୍ଥ୍ୟ ପାଇଁ ମଇଦା ଅତ୍ୟନ୍ତ ବିପଜ୍ଜନକ ହୋଇଥାଏ। ମଇଦାରେ ଥିବା ରିଫାଇଣ୍ଡଡର କାର୍ବସକୁ ହଜମ କରିବାକୁ ଶରୀରକୁ ଅଧିକ ଇନସୁଲିନ୍ ଉତ୍ପାଦନ କରିବାକୁ ପଡିଥାଏ। ଫଳରେ ଲୋକେ ଭୋକିଲା ଅନୁଭବ କରନ୍ତି ଏବଂ ଅଧିକ ଖାଦ୍ୟ ଖାଆନ୍ତି। ଯେଉଁ କାରଣରୁ ଓଜନ ବଢିବା ସହ ହାଇ ବ୍ଲଡ ସୁଗାର ଏବଂ ହଜମ ପ୍ରକ୍ରିୟାରେ ବାଧା ଉପୁଜେ। ଏଣୁ ଏହାକୁ ଖାଇବାଠାରୁ ବିରତ ରୁହନ୍ତୁ।











