ଅନୁଗୁଳ: ଆଜି ସ୍ଥାନୀୟ ବିନୋଦ ହ୍ୟୁଣ୍ଡାଇ ସୋ ରୁମ୍ରେ ଏହାର ଚାରି ଚକିଆ ଯାନ ଏକ୍ସଟର ସେମି ଏସ୍ୟୁଭିର ବଜାର ପ୍ରବେଶ ଅନୁଷ୍ଠିତ ହୋଇଥିଲା। ଏହି ସମାରୋହକୁ ଫେଡରାଲ ବ୍ୟାଙ୍କ୍ ଆର୍ଏମ୍ ସାୟନ ଚକ୍ରବର୍ତ୍ତୀ ଓ ଅନୁଗୁଳ ଏସ୍ବିଆଇ ର ଚିଫ୍ ମ୍ୟାନେଜର ତିମିର ରଞ୍ଜନ
ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାରକୁ ଲୋକାର୍ପିତ କରିଥିଲେ।ଅନ୍ୟ ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ ସଂସ୍ଥାର ପରିଚାଳକ ମୁନା ପଟନାୟକ,ସହ ପରିଚାଳକ ଓମ୍ ପଟ୍ଟନାୟକ,ସିନିୟର ଜିଏମ୍ ରମେଶ ଶର୍ମା, ଜିଏମ୍ ସେଲ୍ସ୍ ସମୀର କବିଙ୍କ ସହ ଅନୁଗୁଳର ବହୁ ବୁଦ୍ଧିଜୀବି ଓ ଗ୍ରାହକ ଯୋଗ ଦେଇଥିଲେ। ଉନ୍ନତ ଜ୍ଞାନ କୌଶଳ ଯୁକ୍ତ ଓ ଆକର୍ଷଣୀୟ ଡିଜାଇନ୍ ଥିବା ଏହି କାରକୁ ପ୍ରଥମ ଦିନରେ ୨୫ ଜଣ ଗ୍ରାହକ ବୁକିଂ କରିଥିଲେ। ଏହି ଗାଡିର ଦାମ୍ ୬ ଲକ୍ଷରୁ ୧୦ ଲକ୍ଷ ଟଙ୍କା ମଧ୍ୟରେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।