ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ପୌର ପରିଷଦରେ ଆଜି ନୂତନ ନିର୍ବାହୀ ଅଧିକାରୀ ଭାବେ IAS ତେଜସ୍ୱିନୀ ବେହେରା ଯୋଗଦାନ କରିଛନ୍ତି।
ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଜି ସୁଶ୍ରୀ ବେହେରା ତାଳଚେର ପୌର ପରିଷଦରେ ପହଞ୍ଚି ନିର୍ବାହୀ ଅଧିକାରୀ ବଲୟ ଦେହୁରୀଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ। ପରେ ନଗରପାଳ ପବିତ୍ର ଭୂତିଆ ତାଙ୍କୁ ସ୍ବାଗତ କରିଥିଲେ।
ତାଙ୍କ ସହ କାଉନସିଲର ଆସିଫ ଖାଁ, ଯଶୋବନ୍ତ ମିଶ୍ର, ଜଗନ୍ନାଥ ଗଡ଼ନାୟକ, ଜିତେନ୍ଦ୍ର ଭୁତିଆ, ମମତା ରାଉତ ପ୍ରମୁଖ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏ ଅବସରରେ ତାଳଚେରରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ମିଳିମିଶି କରିବାକୁ ନୂତନ ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ।