ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଇଚ୍ଛାପୁର ଗ୍ରାମର କଲ୍ୟାଣୀ ମଣ୍ଡପ ଠାରେ ଶୁକ୍ରବାର ଦିନ ଇଚ୍ଛାପୁର କୃଷକ ସମାଜର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଛି।
କୃଷକ ସମାଜର ସଭାପତି ଭାଗିରଥୀ ସାହୁଙ୍କ ସଭାପତିତ୍ଵରେ ଅନୁଷ୍ଠିତ ବୈଠକରେ ଇଚ୍ଛାପୁର ଗ୍ରାମର କୃଷକଙ୍କ ସୁବିଧା ଅସୁବିଧା ବୁଝାଯିବା ସହିତ ବାର୍ଷିକ ଆୟବ୍ୟୟ ହିସାବ ହୋଇଥିଲା। ଗ୍ରାମରେ ଥିବା ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାର ଉନ୍ନତି କରଣ ତଥା ଆଗାମୀ ଦିନରେ କିଭଳି ଭଲ ପାଠ ପଢା ହେବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା।
ବୈଠକରେ ବିଚାରପତି ଭାବରେ ଗ୍ରାମର ଦିଲ୍ଲୀପ କୁମାର ପ୍ରଧାନ ଯୋଗ ଦେଇଥିଲେ। ଶେଷରେ ପୂର୍ବ କାର୍ଯ୍ୟକାରୀ ପରିଚାଳନା କମିଟି ଭଙ୍ଗାଯାଇ ନୂତନ ପରିଚାଳନା କମିଟି ଚୟନ କରାଯାଇଥିଲା ନୂତନ କାର୍ଯ୍ୟକାରୀ କମିଟିରେ ସଭାପତି ଭାବରେ ଶ୍ରୀବତ୍ସ ସାହୁ, ସମ୍ପାଦକ ଭାବେ ଅରୁଣ କୁମାର ସାହୁ, କୋଷାଧ୍ୟକ୍ଷ ଭାବେ ସନାତନ ସାହୁଙ୍କୁ ଚୟନ କରାଯାଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ଅରୁଣ କୁମାର ସାହୁ, ସନାତନ ସାହୁ, ମନୋରଞ୍ଜନ ସାହୁ, ଉତ୍ତମ କୁମାର ମଟିଆରି, ଦୟାନିଧି ସାହୁ, ବନ୍ଧୁଆ ମାଝୀ, ଗୋପୀନାଥ ସାହୁ, ଜୟଦେବ ସାହୁ, ଜେନାମଣି ସାହୁ, ଲଳିତ ସାହୁଙ୍କ ସମେତ ବହୁ କୃଷକ ଯୋଗ ଦେଇଥିଲେ।