ଆଇଡ଼ିଆଲ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

You are currently viewing ଆଇଡ଼ିଆଲ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

ଅନୁଗୁଳ: ଆଇଡ଼ିଆଲ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଗାନ୍ଧୀମାର୍ଗ ସ୍ଥିତ ସ୍କୁଲ ପରିସରରରେ ରବିବାର ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ଅଧ୍ୟକ୍ଷ ଆଶିଷ ରଞ୍ଜନ ପ୍ରଧାନଙ୍କ ପୌରାହିତ୍ୟରେ ଆୟୋଜିତ ଏହି ସମାରୋହରେ ଅନୁଗୁଳର ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ ) ଉଦୟ କୁମାର ମହାପାତ୍ର
ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ସୁନାଗରିକ ହେବାପାଇଁ
ପରାମର୍ଶ ଦେଇଥିଲେ। ମୁଖ୍ୟବକ୍ତା ଭାବେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରିୟ ରଞ୍ଜନ ପ୍ରଧାନ ଆଦର୍ଶ ଛାତ୍ର ବା ଛାତ୍ରୀଙ୍କ କର୍ତବ୍ୟ ଉପରେ ଆଲୋକପାତ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅମିତାଭ ମିଶ୍ର, ସଚିବ ଜୟକୃଷ୍ଣ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ଶିକ୍ଷୟିତ୍ରୀ ଅମିତା ଦେହୁରୀ ବାର୍ଷିକ ବିବରଣୀ ପାଠ କରିଥିଲେ।

ଶେଷରେ କୃତି ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ସ୍କୁଲର ପିଲାମାନେ ଡ୍ରାମା ନୃତ୍ୟ ସଂଗୀତ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Share

Leave a Reply