ଅନୁଗୁଳ:ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ସପ୍ତାହେ ହେଲା ଅସୁସ୍ଥ ଥିବା ଦନ୍ତାହାତୀର ମୃତ୍ୟୁ ଘଟିଛି। ଶବ ବ୍ୟବଚ୍ଛେଦ ଓ ରକ୍ତ ନମୁନା ଆସିବା ପରେ ହାତୀର ଲିଭରରେ ସମସ୍ୟା କାରଣରୁ ମୃତ୍ୟୁ ହୋଇଥିବା ସାତକୋଶିଆ ଡ଼ିଏଫ୍ଓ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ, ସାତକୋଶିଆ ଅଭୟାରଣ୍ୟର ପମ୍ପାସର ବନାଞ୍ଚଳ ଯୋକୁବୁ ଗ୍ରାମ ନିକଟରେ ଏକ ଦନ୍ତା ହାତୀ ଅସୁସ୍ଥ ଅବସ୍ଥାରେ ଥିବା ବନ ବିଭାଗ ଖବର ପାଇଥିଲା। ସେଠାରେ ଅଭୟାରଣ୍ୟର ବରିଷ୍ଠ ଅଧିକାରୀମାନଙ୍କ ସହ ସାତକୋଶିଆ ପ୍ରାଣୀ ବିଶେଷଜ୍ଞ ଡାକ୍ତର ପହଞ୍ଚି ହାତୀର ଚିକିତ୍ସା ଆରମ୍ଭ କରିଥିଲେ। ତେବେ ହାତୀଟି ସପ୍ତାହେ ପୂର୍ବରୁ ମହୁଲ ଟୋଲ ଖାଇ ନିଶାଗ୍ରସ୍ତ ହୋଇଥିଲା। ଏହାପରେ ଚିକିତ୍ସା ଚାଲିଥିଲେ ମଧ୍ୟ ଏହି ଦନ୍ତା ହାତୀର ଅବସ୍ଥାରେ କୌଣସି ସୁଧାର ଆସିନଥିଲା । ଫଳରେ ସୋମବାର ବିଳମ୍ବିତ ରାତିରେ ହାତୀଟିର ମୃତ୍ୟୁ ହୋଇଥିଲା। ମଙ୍ଗଳବାର ହାତୀର ଶବ ବ୍ୟବଚ୍ଛେଦ କରାଯାଇ ସେଠାରେ ମୃତ୍ୟୁଦେହକୁ ପୋତି ଦିଆଯାଇଛି। ଅନ୍ୟପକ୍ଷରେ ହାତୀର ରକ୍ତ ନମୁନାକୁ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ଲିଭରଜନିତ ସମସ୍ୟା କାରଣରୁ ତାର ମୃତ୍ୟୁ ହୋଇଥିବା ରିପୋର୍ଟ ଆସିଛି ବୋଲି ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡର ଡିଏଫ୍ଓ ଡ. ସରୋଜ କୁମାର ପଣ୍ଡା ପ୍ରକାଶ କରିଛନ୍ତି |
ଆଖି ବୁଜିଲା ଅସୁସ୍ଥ ଦନ୍ତା
- Post published:June 16, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik

Tags: Angul