ଅବକାରୀ ଚଢ଼ାଉ: ଚୋରା ଦେଶୀ ମହୁଲି ମଦ ଜବତ, ଦୁଇ ଗିରଫ

You are currently viewing ଅବକାରୀ ଚଢ଼ାଉ: ଚୋରା ଦେଶୀ ମହୁଲି ମଦ ଜବତ, ଦୁଇ ଗିରଫ

ଆଠମଲ୍ଲିକ: ବଇଣ୍ଡା ଅବକାରୀ ବିଭାଗ ପକ୍ଷରୁ ଗୁରୁବାର ଦିନ ହଣ୍ଡପା ଥାନା ଅଞ୍ଚଳରେ ଚଢ଼ାଉ କରାଯାଇ ଚୋରା ଦେଶୀ ମହୁଲି ମଦ ଜବତ ହୋଇଛି l ଏଥିସହ ୨ ଜଣଙ୍କୁ ଗିରଫ କରାଯାଇଛି l

ସୂଚନା ମୁତାବକ, ବଡ଼ ଗୋବିନ୍ଦପୁର ଗ୍ରାମରେ ଚଢ଼ାଉ ବେଳେ ବାବୁଲା ସାହୁଙ୍କ ଘରୁ ତିରିଶ ଲିଟର ଓ ପାପସରl ଗ୍ରାମରେ ଚଢ଼ାଉ କରି ଶୁକୃ ସାହୁଙ୍କ ଘରୁ ତିରିଶ ଲିଟର ଚୋରା ଦେଶୀ ମହୁଲି ମଦ ଜବତ କରାଯାଇଛି l ଏଥିସହ ସେମାନଙ୍କୁ ଗିରଫ କରାଯାଇଛି l ବଇଣ୍ଡା ଅବକାରୀ ଅଧିକାରୀ ରଂଜିତା ହରିଚନ୍ଦନଙ୍କ ସମେତ କର୍ମଚାରୀ ଚଢ଼ାଉରେ ସାମିଲ ଥିଲେ l

Share

Leave a Reply