ବେଆଇନ କୋଇଲା ଚାଲାଣ ଅଭିଯୋଗ: ଗାଡ଼ି ଜବତ, ମାଲିକ ଓ ଡ୍ରାଇଭର ଗିରଫ

You are currently viewing ବେଆଇନ କୋଇଲା ଚାଲାଣ ଅଭିଯୋଗ: ଗାଡ଼ି ଜବତ, ମାଲିକ ଓ ଡ୍ରାଇଭର ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଏନଟିପିସି ଟାଉନ ଥାନା ତରଫରୁ ବେଆଇନ କୋଇଲା ଚାଲାଣ କରୁଥିବା ଗାଡ଼ି ଜବତ କରିବା ସହ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ ଜରପଡ଼ା ଥାନା କୁଶକୁଳିଆ ଗ୍ରାମର ଗାଡ଼ି ଡ୍ରାଇଭ ସତ୍ୟବ୍ରତ ସାହୁ (୨୯) ଓ ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ନାଧାରା ଗ୍ରାମର ଗାଡ଼ି ମାଲିକ ବିଘ୍ନେଶ୍ୱର ଭୂଇଁୟା (୩୫)।

ପାଟ୍ରୋଲିଙ୍ଗ ଟିମ ତାଳଚେର କୋଇଲା ଖଣି ଅଂଚଳରୁ ଜେଇପିଏଲ ବିଦ୍ୟୁତ ପ୍ରକଳ୍ପକୁ କୋଇଲା ପରିବହନ ଗାଡ଼ିଗୁଡ଼ିକ ଯାଞ୍ଚ ବେଳେ ଉକ୍ତ ଗାଡ଼ିରେ କୋଇଲା ପରିବହନ ଚାଲାଣର ଭାଲିଡ ତାରିଖ ଫରକ ଥିବାରୁ ଏନଟିପିସି ପୋଲିସ ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି। ଏ ନେଇ ଏନଟିପିସି ଟାଉନ ଆଇଆଇସି ସନ୍ତୋଷ କୁମାର ସେଠୀ ସୂଚନା ଦେଇଛନ୍ତି।

Share

Leave a Reply