ଅନୁଗୁଳ: ଗତ ଦୁଇ ଦଶନ୍ଧି ଭିତରେ ଅନୁଗୁଳ ଜିଲ୍ଲାରେ ବେକାରୀ ସମସ୍ୟା ଉତ୍କଟ ହୋଇଛି। ୧୮ରୁ ୩୫ ବର୍ଷ ବୟସ୍କ ବେକାର ଯୁବକଯୁବତୀଙ୍କ ସ˚ଖ୍ୟା ପ୍ରତିବର୍ଷ ବଢ଼ିବାରେ ଲାଗିଛି। କର୍ମ ନିୟୋଜନ କେନ୍ଦ୍ରରେ ନାମ ପ˚ଜିକରଣ କରିଦେଲେ କଥା ସରିଲା। କାମ ନପାଇ ହତାଶ ହୋଇ ବୁଲୁଛନ୍ତି। ସେଲ୍ଫୋନ୍, ନିଶା, ଚା’ଖଟିରେ ଦିନ କଟୁଥିବା ବେଳେ ସନ୍ଧ୍ୟା ହେଲେ ଖେଳପଡ଼ିଆ, ପାର୍କ, ଅନ୍ଧାରୁଆ ଆଉ ନିଛାଟିଆ ଜାଗା ଖୋଜୁଛନ୍ତି ଏମାନେ। ଉଚ୍ଚଶିକ୍ଷିତ ବେକାରଙ୍କ ଅବସ୍ଥା ତଦ୍ରୁପ। ଯାହା ବାପା ଚାକିରିଆ ପଇସା ଅଛି, ପିଲାଏ ଗୋଟେ ଗୋଟେ ଦୋକାନ ଖୋଲିଛନ୍ତି। କରୋନା ସମୟରେ ବଇନି ବି ପଡୁନି। କିଛି ମାସ ପରେ ଘରଭଡ଼ା ଦେଇ ହେବନି, ବ୍ୟବସାୟ ବନ୍ଦ। ପୁଣି ଫେରିବାକୁ ହେବ ଅନ୍ଧାରି ମୁଲକକୁ। କେବଳ ଜୀବିକା ମିଶନରେ ଅଳ୍ପ କିଛି ଶିକ୍ଷିତ ବେକାର ଯୁବକଯୁବତୀଙ୍କୁ ଧନ୍ଧାମୂଳକ ତାଲିମ୍ ଦିଆଯାଇପାରିଛି ଏବ˚ ସେମାନେ ବିଭିନ୍ନ ଠିକା ସ˚ସ୍ଥାରେ ଅଳ୍ପ ଦରମାରେ ହେଉ ପଛେ ନିଯୁକ୍ତି ପତ୍ର ଖଣ୍ତେ ଖଣ୍ତେ ପାଉଛନ୍ତି। ଗତ ୩ ଦିନ ଭିତରେ ୨ ଜଣ ନେତା ଅନୁଗୁଳ ଆସିଥିଲେ। ଜଣେ ହେଲେ ରାଜ୍ୟ ଛାତ୍ର କ˚ଗ୍ରେସ ସଭାପତି ୟାସିର ନବାଜ, କହିଲେ ଖଣିଖାଦାନ ଏବ˚ ଶିଳ୍ପଗୁିକରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ବନ୍ଦ ନେଇ ଆମେ ରାଜରାସ୍ତାକୁ ଓହ୍ଲାଇବୁ। ଦ୍ବିତୀୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ବି କହିଲେ ପ୍ରାଇଭେଟ୍ ହଉ କି ପବ୍ଲିକ୍ ସେକ୍ଟର ସ୍ଥାନୀୟ ଲୋକଙ୍କୁ ଆଗ ନିଯୁକ୍ତି ମିଳିବା ଆବଶ୍ୟକ। ସଭାରେ ତାଳିମାଡ଼ ବି ଖୁବ୍ ଶୁଣାଗଲା। କିନ୍ତୁ ଗତ ୫ ବର୍ଷରେ ଷ୍ଟାଟସ୍ କହୁଛି ଏ ନେତାମାନେ କେବଳ ଭାଷଣରେ ଏକଥା କହୁଛନ୍ତି, କାମ ଶୂନ। ନଚେତ ଅନୁଗୁଳର ଯୁବକଯୁବତୀ ଏତେ ସ˚ଖ୍ୟାରେ ବେରୋଜଗାର ହୋଇ ରହିନଥାନ୍ତେ।
ଅନୁଗୁଳର ବେକାରୀ ସମସ୍ୟାର ବିକଳ ଚିତ୍ର
- Post published:January 14, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
