ବିଦାୟ ନେଲେ ମା’: ଅନୁଗୁଳରେ ଶାନ୍ତି ଶୃଙ୍ଖଳାର ସହ ସରିଲା ଦୁର୍ଗାପୂଜା ଭସାଣି

You are currently viewing ବିଦାୟ ନେଲେ ମା’: ଅନୁଗୁଳରେ ଶାନ୍ତି ଶୃଙ୍ଖଳାର ସହ ସରିଲା ଦୁର୍ଗାପୂଜା ଭସାଣି

ଅନୁଗୁଳ: ଅନୁଗୁଳରେ ଦୁର୍ଗାପୂଜା ଓ ଶିବ ପାର୍ବତୀ ପୂଜାର ଭସାଣି ସମାରୋହ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି। ବୁଧବାର ଅପରାହ୍ନ ଦୁଇଟା ଠାରୁ ପୂଜା କମିଟିଗୁଡ଼ିକ ନିଜ ଅଞ୍ଚଳରୁ ପଟୁଆର ସହ ଭସାଣି ଶୋଭାଯାତ୍ରାରେ ବାହାରିଥିଲେ। ଶଙ୍ଖ, ଘଣ୍ଟଘଣ୍ଟା ସାଙ୍ଗକୁ ଢୋଲ, ଭାଙ୍ଗଡା, ବ୍ରାସ ବ୍ୟାଣ୍ଡ, ଲଉଡି ଖେଳ, ପାଇକ ନାଚ, ଶିଙ୍ଗ ବାଜା, ବୁଢ଼ାବୁଢ଼ୀ ନାଚ ସାଙ୍ଗକୁ ପ୍ରୋସେସନରେ ଶୋଭାଯାତ୍ରାର ସୌନ୍ଦର୍ଯ୍ୟକୁ ଦ୍ଵିଗୁଣିତ କରିଥିଲା।
ଅମଲାପଡ଼ା, ହେମସୁରପଡ଼ା,ରାଣୀଗୋଡ଼ା ହୁଲୁରୁସିଂହା,ବସଷ୍ଟାଣ୍ଡ ପୂଜା କମିଟି ପକ୍ଷରୁ ନିର୍ଦ୍ଧାରିତ ପଥରେ ଶୋଭାଯାତ୍ରା ନିଆଯାଇ ମୂର୍ତ୍ତି ବିସର୍ଜନ କରାଯାଇଥିଲା। ଶହଶହ ଲୋକ ରାସ୍ତା କଡ଼ରେ ରହି ଭସାଣି ଶୋଭାଯାତ୍ରା ଉପଭୋଗ କରିଥିଲେ। ଏ ଅବସରରେ ପୋଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା।

Share

Leave a Reply