ରାଗରେ ସ୍ଵାମୀର ଯୌନାଙ୍ଗ କାଟିଦେଲା ସ୍ତ୍ରୀ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

You are currently viewing ରାଗରେ ସ୍ଵାମୀର ଯୌନାଙ୍ଗ କାଟିଦେଲା ସ୍ତ୍ରୀ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ଗ୍ରାମର ଦାଣ୍ଡିଆ ସାହିରେ ସ୍ଵାମୀଙ୍କ ଯୌନାଙ୍ଗ କାଟି ଦେଇଛି ସ୍ତ୍ରୀ।

ସୂଚନା ମୁତାବକ, ଶନିବାର ରାତିରେ ଦାଣ୍ଡିଆ ସାହିର ସୁଦାମ ମୁଦୁଲିଙ୍କ ପୁଅ ପରମାନନ୍ଦ ମୁଦୁଲିଙ୍କ ସହ ତାଙ୍କ ସ୍ତ୍ରୀର ଝଗଡ଼ା ହୋଇଥିଲା। ଏଥିରେ ଉତକ୍ଷୀପ୍ତ ହୋଇ ତାଙ୍କ ସ୍ତ୍ରୀ ପରମାନନ୍ଦଙ୍କର ଯୌନାଙ୍ଗ କାଟି ଦେଇଥିଲେ। ପରମାନନ୍ଦ ଜୀବନ ବିକଳରେ ଘରୁ ବାହାରି ଆସିଥିଲେ। ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରେ ଏ ନେଇ ସେ ନାଲକୋ ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି।

Share

Leave a Reply