କିକ୍‌ବକ୍ସଂରେ ଜିଲ୍ଲାକୁ ୩ ସ୍ବର୍ଣ୍ଣ ଓ ୧ କାଂସ୍ୟ

You are currently viewing କିକ୍‌ବକ୍ସଂରେ ଜିଲ୍ଲାକୁ ୩ ସ୍ବର୍ଣ୍ଣ ଓ ୧ କାଂସ୍ୟ

ଅନୁଗୁଳ: ୱାକୋ ଇଣ୍ଡିଆ ଦ୍ୱାରା ଆୟୋଜିତ କିକ୍‌ବକ୍ସଂ ଚମ୍ପିୟାନ୍‌ସିପ୍‌ରେ ଅନୁଗୁଳ କିକ୍‌ବକ୍ସଂ ଦଳ ଅଂଶଗ୍ରହଣ କରି ୩ଟି ସ୍ବର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିଛି। ଗୋଆଠାରେ ଅଗଷ୍ଟ ୨୬ ତାରିଖରୁ ୨୯ ତାରିଖର ପର୍ଯ୍ୟନ୍ତ ହୋଇଥିବା ଏହି ଚମ୍ପିୟାନସିପରେ ଜିଲ୍ଲାର ଖେଳାଳୀମାନେ ଅଂଶଗ୍ରହଣ କରି ଜିଲ୍ଲା ପାଇଁ ସ୍ବର୍ଣ୍ଣ ଓ ବ୍ରୋଞ୍ଜ ପଦକ ହାସଲ କରି ଜିଲ୍ଲାକୁ ଗୌରବାନିତ କରିଛନ୍ତି। ଚାରିଦିନ ଧରି ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଅନୁଗୁଳ ଦଳର ଶୈଳେନ୍ଦ୍ର ମହାନ୍ତି ହାର୍ଡ ଷ୍ଟାଇଲ ଓପ୍ପେନରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଦଳଗତ ବିଭାଗରେ ଶୈଳେନ୍ଦ୍ର ମହାନ୍ତି ଓ ଶକ୍ତିପ୍ରସାଦ ବାରିକ ସ୍ବର୍ଣ୍ଣ ପଦକ ପାଇଥିବା ବେଳେ ହାର୍ଡ ଷ୍ଟାଇଲ ଓପ୍ପେନହ୍ୟାଡ଼ରେ ଶକ୍ତିପ୍ରସାଦ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଜିଲ୍ଲା କିକ୍‌ବକ୍ସଂ ସଂଘ ସମ୍ପାଦକ ଲକ୍ଷ୍ମୀଧର ମହାନ୍ତି ଏଥିପାଇଁ ଖେଳାଳୀମାନଙ୍କୁ ଶୁଭେଛା ଜ୍ଞାପନ କରିଛନ୍ତି। କରୋନା କଟକଣା ପାଇଁ ଦୀର୍ଘଦିନ ଧରି ଖେଳାଳୀମାନେ ସେମାନଙ୍କ ଅଭ୍ୟାସ କରିପାରି ନଥିଲେ। ଏଭଳି ବ୍ୟବସ୍ଥାଭିତରେ କେତେକ ଖେଳାଳୀ ଅନ୍‌ଲାଇନ୍‌ରେ ଶିକ୍ଷା ଗ୍ରହଣ କରି ପୃଥକ ପୃଥକ ଭାବେ ଅଭ୍ୟାସ ଜରି ରଖିଥିଲେ। ଏଥିପାଇଁ ସେମାନେ ଉଚ୍ଚକୋଟିର ଖେଳ ପ୍ରଦର୍ଶନ କରିପାରିଥିଲେ। ଦଳର ଏହି ସଫଳତା ପାଇଁ ୱାକୋ ରାଜ୍ୟ ଉପଦେଷ୍ଟା ଭବାନୀପ୍ରସାଦ ମିଶ୍ର, ଅଧକ୍ଷ କାର୍ତ୍ତିକ ଡାକୁଆ, ଜିଲ୍ଲା ଅଧକ୍ଷ ମାନସରଞ୍ଜନ ପ୍ରଧାନ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Share

Leave a Reply