ଅନୁଗୁଳ: ଅନୁଗୁଳ ଜିଲ୍ଲା ମହାନଦୀ କୋଲ୍ ଫିଲ୍ଡ଼,ଜଗନ୍ନାଥ କ୍ଷେତ୍ର ଅନ୍ତର୍ଗତ ଡିଏଭି ପବ୍ଲିକ୍ ସ୍କୁଲ, ଅନନ୍ତ ବିହାର ପରିସରରେ ଗୁରୁଦିବସ ପାଳିତ ହୋଇ ଯାଇଛି।ବିଦ୍ୟାଳୟର ଅଧ୍ୟକ୍ଷା ଜ୍ୟୋତି ମିଶ୍ର ମୁଖ୍ୟ ଅତିଥି ଭାବେ ଡ଼କ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ପ୍ରଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ରବିବାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଉଭୟ ଅଫ୍ ଲାଇନ୍ ଏବଂ ଅନ୍ ଲାଇନ୍ ମାଧ୍ୟମରେ ପରିଚାଳିତ ହୋଇ ଥିଲା।ଛାତ୍ରୀ ସ୍ଵର୍ଣ୍ଣପ୍ରିୟା ବେହେରା ଗୁରୁ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।ଶିକ୍ଷୟିତ୍ରୀ ପ୍ରତିମା ଆଚାର୍ଯ୍ୟ ଓ କ୍ରିଷ୍ଣା ପାଣି ଗୁରୁ ବନ୍ଦନା ଗାନ କରିଥିବା ବେଳେ ବରିଷ୍ଠ ଶିକ୍ଷକ ପ୍ରଭାକର ମହାନ୍ତି ଗୁରୁ-ଶିଷ୍ୟ ମହାନ୍ ପରମ୍ପରାର ଆଖ୍ୟାନ ଉପସ୍ଥାପନ କରିଥିଲେ।ଅଧ୍ୟକ୍ଷା ମହୋଦୟା ସମାଜ ଗଠନରେ ଗୁରୁଙ୍କ ଭୂମିକା ଓ ଛାତ୍ର ସମାଜର କର୍ତ୍ତବ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।ଏହି କାର୍ଯ୍ୟକ୍ରମର ମଞ୍ଚ ସଞ୍ଚାଳନ ଶିକ୍ଷକ ଜଗନ୍ନାଥ ବିଭାର କରିଥିବା ବେଳେ ବିଦ୍ୟାଳୟର ଖେଳ ଶିକ୍ଷକ ସୁବାସ ଚନ୍ଦ୍ର ଜେନାଙ୍କ ଦ୍ଵାରା ଗୁରୁ ଦିବସ ଉପଲକ୍ଷେ ସ୍ଵରଚିତ କବିତା ଗାନ କରାଯାଇଥିଲା।ଶେଷରେ ବିଦ୍ୟାଳୟର ଶିକ୍ଷକ କରୁଣାକର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ସହଯୋଗ କରିଥିଲେ।
ଅନନ୍ତ ଡିଏଭିରେ ଗୁରୁ ଦିବସ ପାଳିତ
- Post published:September 5, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
