ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଗତ ୨୦୧୪ ରୁ ୨୦୨୪ ମଧ୍ୟରେ ହାତୀ ଆକ୍ରମଣରେ ମୋଟ ୧୪୪ ଜଣଙ୍କର ମୃତ୍ୟୁ ଘଟିଛି ଯାହାକି ରାଜ୍ୟରେ ତୃତୀୟ ସର୍ବାଧିକ। ଏହି ସମୟ ମଧ୍ୟରେ ଢେ଼ଙ୍କାନାଳ ଜିଲ୍ଲାରେ ୨୨୭ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ସୁନ୍ଦରଗଡ଼ ଜିଲ୍ଲାରେ ୧୮୧ ଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟରେ ଏହି ସମୟ ମଧ୍ୟରେ ୧୦୫୪ ଜଣଙ୍କର ଜୀବନ ଯାଇଛି। ବିଧାୟକ ତାରା ଶଙ୍କର ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ବିଧାନ ସଭାରେ ଏହାର ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ। ଶ୍ରୀ ଅମାତ ହାତୀ ମଣିଷ ବିବାଦ ନିୟନ୍ତ୍ରଣ ନେଇ ସରକାର ଅନେକ ପଦକ୍ଷେପ ନେଉଛନ୍ତି ଏବଂ ମୃତକଙ୍କ ପାଇଁ ଆର୍ଥିକ ସହାୟତା ରାଶି ଚାରି ଲକ୍ଷରୁ ଛ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିବା ଶ୍ରୀ ଅମାତ ପ୍ରକାଶ କରିଛନ୍ତି ।
ଗତ ୧୦ ବର୍ଷରେ ୧୪୪ ଜଣ ହାତୀ ଆକ୍ରମଣରେ ମୃତ

Road warning sign for elephant crossing road against traffic with tuk tuk, Sri Lanka