ଅନୁଗୁଳ: ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଏସ୍ଭିଏମ୍ ଦିପଶିଖା, କଣିହାଁର ଛାତ୍ରୀ ଆଦ୍ୟାଶା ପ୍ରିୟଦର୍ଶିନୀ ପାଣି ମୋଟ ୬୦୦ ନମ୍ବରରୁ ୫୯୪ ରଖି ଜିଲ୍ଲା ଟପର ହୋଇଛନ୍ତି। ତାଙ୍କ ପଛକୁ ଏସ୍ଭିଏମ୍ ଅନୁଗୁଳର ଛାତ୍ରୀ ନତାଶା ସାହୁ ୫୮୮, ଏସ୍ଭିଏମ୍ ନାଲକୋର ଆକାଂକ୍ଷା ଦାସ ଓ ଦୀପଶିଖାର ମୌସୁମୀ ବେହେରା ପ୍ରତ୍ୟେକେ ୫୮୪ ଏବଂ ଏସ୍ଭିଏମ୍ ଅନୁଗୁଳର ଓଁ ପ୍ରକାଶ ନନ୍ଦ ୫୮୩ ରଖି କୃତିତ୍ୱ ଅର୍ଜନ କରିଛନ୍ତି। ଜିଲ୍ଲାରେ ସରସ୍ୱତୀ ଶିଶୁ ମନ୍ଦିରର ଅଭୂତପୂର୍ବ ସଫଳତାରେ ମ୍ୟାନେଜିଙ୍ଗ କମିଟି ଓ ଅଭିଭାବକ ଆନନ୍ଦ ପ୍ରକାଶ କରିଛନ୍ତି।
ମ୍ୟାଟ୍ରିକରେ ସୁଶ୍ରୀ ଆଦ୍ୟାଶା ପାଣି ଜିଲ୍ଲା ଟପର
- Post published:July 6, 2022
- Post category:ପ୍ରତିଭା ଓ ବ୍ୟକ୍ତିତ୍ୱ / ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul