ସୌଭାଗ୍ୟ ନଗରରେ ପ୍ରତିଷ୍ଠା ହେଲା ମା’ ହିଙ୍ଗୁଳାଙ୍କ ମନ୍ଦିର

0

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ତୁରଙ୍ଗ ପଞ୍ଚାୟତ ସୌଭାଗ୍ୟ ନଗରରେ ଆଜି ମା’ ହିଙ୍ଗୁଳା ମନ୍ଦିର ପ୍ରତିଷ୍ଠା ହୋଇଛି। ଏନେଇ ଗତ ତିନି ଦିନ ଧରି ପୂଜାର୍ଚ୍ଚନା ଚାଲିଥିଲା।

୪ ତାରିଖ ଦିନ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ୫ରେ ମା’ ହିଙ୍ଗୁଳା ମନ୍ଦିର ପ୍ରତିଷ୍ଠା ପାଇଁ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା। ଆଜି ମା’ ହିଙ୍ଗୁଳା ମନ୍ଦିର ପ୍ରତିଷ୍ଠା କରାଯାଇଥିଲା। ଏ ଅବସରରେ ଆଖପାଖ ଅଞ୍ଚଳର ବହୁ ଭକ୍ତ ଯୋଗ ଦେଇଥିଲେ। ଭକ୍ତଙ୍କ ପାଇଁ ତିନି ଦିନ ଧରି ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ ମନ୍ଦିର କମିଟି ପକ୍ଷରୁ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ସୌଭାଗ୍ୟ ନଗରର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Leave A Reply

Your email address will not be published.

error: Content is protected !!