ତାଳଚେର: ଆୟକର ଜାଲରେ କୋଟିପତି ବେପାରୀ। ବିଶିଷ୍ଟ ବ୍ୟବସାୟୀ କୃପାସିନ୍ଧୁ ଗାହାଣଙ୍କ ଘରେ ଆୟକର ବିଭାଗ ଚଢ଼ଉ କରିଛି।ମଙ୍ଗଳବାର ସକାଳେ ଆୟକର ବିଭାଗର ୧୨ ଜଣିଆ ଟିମ୍ ତାଳଚେରର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ଉ କରିଛି। କୃପାସିନ୍ଧୁ ଗାହଣ ତାଳଚେର ଅଞ୍ଚଳର ଜଣେ ବିଶିଷ୍ଟ କୋଇଲା ଟ୍ରାନ୍ସପୋର୍ଟର ଓ ବ୍ୟବସାୟୀ। ଦୀର୍ଘ ବର୍ଷ ହେଲାଣି ସେ ଟ୍ୟାକ୍ସ ଠକେଇ କରୁଥିବା ଖବର ପାଇ ଆଜି ଆୟକର ବିଭାଗ ତାଙ୍କ ଘରେ ଚଢ଼ଉ କରିଛି। ବିଭାଗ ପକ୍ଷରୁ ଗୋଟିଏ ଟିମ୍ କୃପାସିନ୍ଧୁଙ୍କ ତାଳଚେର ମଣ୍ଡାପାଳ ସ୍ଥିତ ମୋନାଲିସା ନର୍ସିଂ ହୋମରେ ଚଢ଼ଉ କରିଥିବା ବେଳେ ଆଉ ଏକ ଟିମ୍ ଅଙ୍ଗାରୁଆ ସ୍ଥିତ ତାଙ୍କ ବାସ ଭବନରେ ତନାଘନା ଜାରି ରଖିଛି। ତେବେ ଏହି ଚଢ଼ଉରେ ଆୟକର ବିଭାଗକୁ କି ସୂଚନା ମିଳିଛି ତାହା ଏବେ ଯାଏଁ ଜଣାପଡ଼ିନାହିଁ।
ବ୍ୟବସାୟୀ କୃପାସିନ୍ଧୁ ଗାହାଣଙ୍କ ଘରେ ଆୟକର ଚଢ଼ଉ, ୨ଟି ସ୍ଥାନରେ ଚାଲିଛି ତନାଘନା
- Post published:March 15, 2022
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
