ଭାରତୀୟ ଡେଣ୍ଟାଲ ଆସୋସିଏସନ ଅନୁଗୁଳ ଶାଖାର ପ୍ରତିଷ୍ଠା ଦିବସ ଆୟୋଜିତ, ଚୟନିତ ହେଲେ ନୂଆ ସଦସ୍ୟ

You are currently viewing ଭାରତୀୟ ଡେଣ୍ଟାଲ ଆସୋସିଏସନ ଅନୁଗୁଳ ଶାଖାର ପ୍ରତିଷ୍ଠା ଦିବସ ଆୟୋଜିତ, ଚୟନିତ ହେଲେ ନୂଆ ସଦସ୍ୟ

ଅନୁଗୁଳ: ଭାରତୀୟ ଡେଣ୍ଟାଲ ଆସୋସିଏସନ ଅନୁଗୁଳ ବ୍ରାଞ୍ଚର ପ୍ରତିଷ୍ଠା ଦିବସ ସ୍ଥାନୀୟ ପ୍ରଶାନ୍ତି ହୋଟେଲରେ ପାଳିତ ହୋଇଛି। ଏ ଅବସରରେ ୨୦୨୩ ବର୍ଷ ପାଇଁ ସଭାପତି ଭାବେ ଡା. ଶକ୍ତିପ୍ରସାଦ ସାହୁ, ସମ୍ପାଦକ ଭାବେ ଡା.ଦୀପକ କୁମାର ମାଝୀ, କୋଷାଧ୍ୟକ୍ଷ ଭାବେ ଡା. ନିକୋଲାସ ଚେନଙ୍କୁ ଚୟନିତ କରାଯାଇଛି।
କାର୍ଯ୍ୟକ୍ରମରେ ଭାରତୀୟ ଡେଣ୍ଟାଲ ଆସୋସିଏସନର ଓଡ଼ିଶା ରାଜ୍ୟ ଶାଖା ସଭାପତି ଡା. ମାଇକେଲ୍ ଜନ୍ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ତାଳଚେରର ଡାକ୍ତର ସଞ୍ଜୀବ ରାଉତ ଅତ୍ୟାଧୁନିକ ଉପାୟରେ ଦନ୍ତ ରୋଗର ଚିକିତ୍ସା ଉପରେ ଆଲୋଚନା କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଡା.ଶଶାଙ୍କ ଶେଖର ସାହୁ, ଡା. ପୁଷ୍ପାଞ୍ଜଳି ପ୍ରଧାନ, ଡା.ପି କେ ମିଶ୍ର, ଡା. ସ୍ୱାତୀ ସାମଲ, ଡା.ସିପ୍ରା ସାହୁ, ଡା. ସୁବ୍ରତ ପ୍ରଧାନ, ଡା. ପି ପି ଗୌରବ, ଡା. ଅଭିଜିତା, ଡା. ରୋନକ ଚୌଧୁରୀ, ଡା.ପାୟଦା ପଟ୍ଟନାୟକ, ତାଳଚେରର ଡା.ରୁଦ୍ର ନାରାୟଣ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply