ଆମ୍ବୁଲାନ୍ସ ଚାଳକର ଅମାନବିକତା: ସିଡ଼ିଏମ୍ଓଙ୍କ ତୁରନ୍ତ ଆକ୍ସନ

You are currently viewing ଆମ୍ବୁଲାନ୍ସ ଚାଳକର ଅମାନବିକତା: ସିଡ଼ିଏମ୍ଓଙ୍କ ତୁରନ୍ତ ଆକ୍ସନ

ଅନୁଗୋଳ: ଗତ ୭ ତାରିଖ ସନ୍ଧ୍ୟାରେ ଅନୁଗୁଳ ମେଡିକାଲ ଏମସିଏଚ କୋଠା ନିକଟରେ ଜନନୀ ସୁରକ୍ଷା ଏକ୍ସପ୍ରେସର ଜଣେ ଚାଳକ ଗାଡ଼ିରେ ମହିଳା ରୋଗୀ ଜଣେ ବାନ୍ତି କରିବାରୁ ତାକୁ ତାଗିଦ୍ କରି ଗାଡ଼ି ଧୁଆଇଥିଲେ। ଅସହାୟ ମହିଳା ରୋଗୀ ଜଣକ ବାଧ୍ୟ ହୋଇ ବଡ଼ କଷ୍ଟରେ ପାଣି ଆଣି ଗାଡ଼ି ଧୋଇଥିଲେ।

ଏହି ଘଟଣା ଏଟିଭିରେ ପ୍ରକାଶିତ ହେବା ପରେ ସିଡ଼ିଏମ୍ଓ ଡ଼ା ମଦନ ମୋହନ ପ୍ରଧାନ ତୁରନ୍ତ ଏଥିନେଇ ସଂପୃକ୍ତ ଚାଳକଙ୍କୁ କୈଫତ୍ ମାଗିବା ପାଇଁ କ୍ଲଷ୍ଟର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଏହାଛଡା ସୋମବାର ଦିନ କାର୍ଯ୍ୟାଳୟରେ ବ୍ୟକ୍ତିଗତ ଭାବେ ହାଜିରା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Share

Leave a Reply