ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଅବୈଧ ଚାଲାଣ ବିରୋଧ ଦିବସ: ସଚେତନତା ଶୋଭାଯାତ୍ରା ଆୟୋଜିତ

You are currently viewing ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଅବୈଧ ଚାଲାଣ ବିରୋଧ ଦିବସ: ସଚେତନତା ଶୋଭାଯାତ୍ରା ଆୟୋଜିତ

ଅନୁଗୁଳ: ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଅବୈଧ ଚାଲାଣ ବିରୋଧ ଦିବସ ଉପଲକ୍ଷେ ଏକ ଶୋଭାଯାତ୍ରା ଆୟୋଜିତ ହୋଇଛି। ଏଥ‌ିରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ଏହି ଶୋଭାଯାତ୍ରା ସ୍ଥାନୀୟ ଶୈଳଶ୍ରୀକ୍ଷେତ୍ର ଠାରୁ ବାହାରି ସହର ପରିକ୍ରମା କରି ସଭାଘର ଠାରେ ପହଞ୍ଚିଥିଲା। ଶୋଭାଯାତ୍ରାକୁ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଆମ ସଙ୍କଳ୍ପ -ନିଶା ନୁହେଁ, ଜୀବନ’ ଅଭିଯାନ ମେ ୩୧, ବିଶ୍ବ ତମାଖୁ ବର୍ଜନ ଦିବସଠାରୁ ଆରମ୍ଭ ହୋଇଥିଲା। ଏହି ରାଲିର ଉଦ୍ଦେଶ୍ୟ ବିଭିନ୍ନ ମାଦକ ତଥା ନିଶାଦ୍ରବ୍ୟ ବ୍ୟବହାରର କୁପରିଣାମ ବିଷୟରେ ଅବଗତ କରିବା ସହିତ ଅପମିଶ୍ରିତ, ବିଷାକ୍ତ ଏବଂ ଚୋରା ମଦ କାରବାର ସମ୍ପୂର୍ଣ୍ଣ ରୋକିବା ଲାଗି ଲୋକଙ୍କୁ ସଚେତନ କରାଇବା।

କାର୍ଯ୍ୟକ୍ରମରେ ଅବକାରୀ ଅଧ୍ୟକ୍ଷକ ମଧୁସ୍ମିତା ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନାରାୟଣ ମହାପାତ୍ର, ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ, ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧିଙ୍କ ସମେତ ଅବକାରୀ ବିଭାଗର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply