ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆନ୍ତର୍ଜାତିକ ନିରାପଦ ଗର୍ଭପାତ ଦିବସ ପାଳିତ, ସୁରକ୍ଷିତ ଗର୍ଭପାତ ଉପରେ ଗୁରୁତ୍ୱ

You are currently viewing ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆନ୍ତର୍ଜାତିକ ନିରାପଦ ଗର୍ଭପାତ ଦିବସ ପାଳିତ, ସୁରକ୍ଷିତ ଗର୍ଭପାତ ଉପରେ ଗୁରୁତ୍ୱ

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆନ୍ତର୍ଜାତିକ ଗର୍ଭ ନିରାପତ୍ତା ଦିବସ ପାଳିତ ହୋଇଛି। ଏ ଅବସରରେ ଆୟୋଜିତ ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ତ୍ରିଲୋଚନ ପ୍ରଧାନ ଅଧ୍ୟକ୍ଷତା କରି ସୁରକ୍ଷିତ ଗର୍ଭପାତ କରାଇବାର ବିଧି ଉପରେ ଆଲୋକପାତ କରିଥିଲେ। ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ପୂର୍ଣ୍ଣିମା ସୁରକ୍ଷିତ ଓ ଆଇନଗତ ଗର୍ଭପାତ ସେବା ଉପରେ ଗୁରୁତ୍ୱ ଦେଇଥିଲେ। ବୈଠକରେ ଅନ୍ୟ ଡାକ୍ତରମାନେ ଗର୍ଭପାତ ସୁରକ୍ଷିତ ଓ ସରଳ ହେବା ସହିତ ଅନୁମୋଦିତ ସ୍ୱାସ୍ଥ୍ୟକେନ୍ଦ୍ରରେ ଗର୍ଭପାତ କରାଇବା ପାଇଁ ପରାମର୍ଶ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଡା.ବିନୋଦ ସାହୁ, ସୂର୍ଯ୍ୟପ୍ରତାପ ମାନସିଂହଙ୍କ ସମେତ ଆଶା କର୍ମୀ, ନର୍ସିଂ ଓ ପାରା ମେଡିକାଲ ଷ୍ଟାଫ ଉପସ୍ଥିତ ଥିଲେ।

Share

Leave a Reply