୧୫ରେ ମଶାଲ ଶୋଭାଯାତ୍ରା: ଅନୁଗୁଳ ଜିଲ୍ଲା କଂଗ୍ରେସର ପ୍ରସ୍ତୁତି ବୈଠକ

You are currently viewing ୧୫ରେ ମଶାଲ ଶୋଭାଯାତ୍ରା: ଅନୁଗୁଳ ଜିଲ୍ଲା କଂଗ୍ରେସର ପ୍ରସ୍ତୁତି ବୈଠକ

ଅନୁଗୁଳ: ରାଜ୍ୟରେ ମହିଳା ନିର୍ଯାତନା ବୃଦ୍ଧି ପ୍ରତିବାଦରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ୱାନ କ୍ରମେ ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଆସନ୍ତା ୧୫ ରେ ମଶାଲ ଶୋଭାଯାତ୍ରା ହେଉଛି। ଏଣୁ ଜିଲ୍ଲା କଂଗ୍ରେସ ସଭାପତି ଅମ୍ବିକା ପ୍ରସାଦ ଭଟ୍ଟଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ କଂଗ୍ରେସ ଭବନଠାରେ ଅନୁଷ୍ଠିତ ହୋଇଛି।

ବୈଠକରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପର୍ଯ୍ୟବେକ୍ଷକ ଭାବେ ଅନିମା ମିଞ୍ଜ ଯୋଗଦେଇ ବର୍ତ୍ତମାନର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପାରଗତା ଓ ଅପରିପକ୍ବତା ଯୋଗୁଁ ରାଜ୍ୟରେ ନାରୀ ନିର୍ଯାତନା, ଧର୍ଷଣ ଓ ହତ୍ୟା ବହୁ ମାତ୍ରାରେ ବୃଦ୍ଧି ହୋଇଛି। କିନ୍ତୁ ସରକାର ସେଥିପ୍ରତି ଆଦୌ ଦୃଷ୍ଟି ନ ଦେଇ ବିରୋଧୀ କଂଗ୍ରେସର ମୁହଁ ବନ୍ଦ କରିବା ପାଇଁ ଅଯଥା ଚେଷ୍ଟା କରି ସମସ୍ତ କଂଗ୍ରେସ ବିଧାୟକମାନଙ୍କୁ ବିଧାନସଭାରୁ ନିଲମ୍ବନ କଲା ଓ କଂଗ୍ରେସ ଦଳ ଯେତେବେଳେ ତାର ଶାନ୍ତି ଶୃଙ୍ଖଳାର ସହ ରାଜରାସ୍ତାରେ ବିରୋଧ କଲା, ସେଠି ମଧ୍ୟ ଅହିଂସା ଉପାୟରେ ଦମନ କରିବାକୁ ପକାଇଲେ ନାହିଁ। ଏହାର ପ୍ରତିବାଦରେ ଜିଲ୍ଲା କଂଗ୍ରେସର ଆଗାମୀ ୧୫ ତାରିଖ ଦିନ ହେବାକୁ ଥିବା ମଶାଲ ଶୋଭାଯାତ୍ରାକୁ ସଫଳ କରିବା ପାଇଁ ଉପସ୍ଥିତ ଥିବା ସମସ୍ତ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ। ବୈଠକରେ ସର୍ବଶ୍ରୀ ଅକ୍ଷୟ ବିଶ୍ବାଳ, ପ୍ରଫୁଲ୍ଲ ଦାସ, ସୁବ୍ରତ ଗଡ଼ନାୟକ, କସିଦା ଖାନ, ଯୁବ କଂଗ୍ରେସ ସଭାପତି ଲୁଲୁ ପାଣିଗ୍ରାହୀ, ଛାତ୍ର କଂଗ୍ରେସ ସଭାପତି ପ୍ରଦ୍ୟୁମ୍ନ ସାହୁ, ସନତ ପ୍ରଧାନ, ଭଜମନ ଦାସ, ବନ ବିହାରୀ ପ୍ରଧାନ, ପ୍ରକାଶ ପ୍ରଧାନ, ସୁନିଲ ପ୍ରଧାନ, ଚିତ୍ତରଞ୍ଜନ ନାଏକ, ସନ୍ତୋଷ ବେହେରା, ଶିଶିର ପାଳ, ଉମେଶ ସାହୁ, ତପନ ପ୍ରଧାନ, ଟିକନ ସାମଲ, ପରେଶ ଜେନା, ସୌମେନ୍ଦ୍ର ସାହୁ, ପ୍ରମୋଦ ସାହୁ, ଜିନେଶ ସାହୁ, ବାସୁଦେବ ସାମଲ ତଥା ବ୍ଲକ ସଭାପତି ସୁଶାନ୍ତ ଶଶୀକାନ୍ତ ସାମଲ, ଦୋଳଗୋବିନ୍ଦ ସାହୁ, ସୂର୍ଯ୍ୟମଣି ସାହୁ, ସହଦେବ ବେହେରା, ଲୋକନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply