ଅନୁଗୁଳ ଏସ୍‌ପି ଭାବେ ଦାୟିତ୍ବ ନେଲେ ଆଇପିଏସ୍‌ ରାହୁଲ ଜୈନ, ଜିଲ୍ଲାରେ ବଢ଼ୁଥିବା ହିଂସାକୁ ରୋକିବା ଉପରେ ଗୁରୁତ୍ବ

You are currently viewing ଅନୁଗୁଳ ଏସ୍‌ପି ଭାବେ ଦାୟିତ୍ବ ନେଲେ ଆଇପିଏସ୍‌ ରାହୁଲ ଜୈନ, ଜିଲ୍ଲାରେ ବଢ଼ୁଥିବା ହିଂସାକୁ ରୋକିବା ଉପରେ ଗୁରୁତ୍ବ

ଅନୁଗୁଳ: ଅନୁଗୁଳ ଏସ୍‌ପି ଭାବେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି ଆଇପିଏସ୍‌ ଅଫିସର ରାହୁଲ ଜୈନ। ଅନୁଗୁଳ ଜିଲ୍ଲାରେ ବଢ଼ୁଥିବା ହିଂସାକୁ ରୋକିବା ଉପରେ ଗୁରୁତ୍ବ ଦେବେ ବୋଲି ଦାୟିତ୍ୱ ନେବା ବେଳେ ସେ କହିଛନ୍ତି। ସେହିପରି ଲୋକଙ୍କୁ ଉତ୍ତମ ପୋଲିସ ସେବା ଯୋଗାଇବା ସହ ଟ୍ରାଫିକ ସଜାଡ଼ିବା ତାଙ୍କ ପ୍ରାଥମିକତା ରହିବ ବୋଲି ସେ ସୂଚନା ଦେଇଛନ୍ତି।

ଅନୁଗୁଳ ଏସ୍‌ପି ଭାବେ ଆଜି ସକାଳେ ଦାୟିତ୍ବ ଗ୍ରହଣ କରିଛନ୍ତି ରାହୁଲ ଜୈନ। ପରେ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ସେ ବୈଠକ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

ଦାୟିତ୍ୱ ନେବା ପରେ ଏସପି ଗଣମାଧ୍ୟମକୁ କହିଛନ୍ତି, ଆଗକୁ ପାର୍ବଣ ଆସୁଛି। ଏହି ପାର୍ବଣକୁ ଶାନ୍ତିଶୃଙ୍ଖଳା ସହ ଶେଷ କରିବା ପାଇଁ ପଦକ୍ଷେପ ନେବେ। ସେହିପରି ଜିଲ୍ଲାରେ ଅପରାଧ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଯୋଜନା ହେବ। ଥାନାରେ ଲୋକଙ୍କୁ ଯେମିତି ଉତ୍ତମ ବ୍ୟବହାର ମିଳିବ ସେ ଦିଗରେ ପଦକ୍ଷେପ ନେବାକୁ ଥାନା ଅଧିକାରୀମାନଙ୍କୁ କୁହାଯାଇଛି। ଲୋକମାନେ ଥାନାକୁ ଯାଇ ବିନା ଦ୍ବିଧାରେ ନିଜ ଅଭିଯୋଗ ଜଣାଇପାରିବେ। ଅଭିଯୋଗକାରୀ ଥାନାରେ ଆଉ ଅସୁବିଧାରେ ପଡ଼ିବେନି। ପୋଲିସ ଲୋକଙ୍କ ପାଇଁ କାମ କରୁଛି ବୋଲି ଜିଲ୍ଲାବାସୀ ନିଶ୍ଚୟ ଅନୁଭବ କରିବେ ବୋଲି ନୂଆ ଏସ୍‌ପି କହିଛନ୍ତି।

ସେ ଆହୁରି କହିଛନ୍ତି, ସପ୍ତାହକ ଭିତରେ ସବୁ ଥାନାରେ ଆମ ପୋଲିସ ସମିତି ବୈଠକ ହେବ। ଲୋକଙ୍କ ପାଇଁ ଓ ଲୋକଙ୍କ ସହ ମିଶି ପୋଲିସ ଅପରାଧୀଙ୍କୁ ଦମନ କରିବ।

Share

Leave a Reply