ଅନୁଗୁଳ: ଆଜି ସକାଳ ୯ଟା ବେଳେ ଅନୁଗୁଳ ଖାଓଗଳିରେ ଜଗନ୍ନାଥ ମନ୍ଦିର ପଟୁ ବିଇଡି କଲେଜ ଆଡ଼କୁ ଏକ ଟିପରରେ ଲୁହା ରଡ଼ ନିଆଯାଉଥିବା ବେଳେ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ଟଳିଛି। ରଡ଼ଗୁଡ଼ିକ ଠିକ୍ ବନ୍ଧା ଯାଇନଥିବା ଯୋଗୁଁ ଫିସରୀ ଅଫିସ୍ ସମ୍ମୁଖରେ ହଠାତ୍ ଡାଲାରୁ ଖସି ରାସ୍ତାରେ ପଡ଼ିଥିଲା। ଏହି ସମୟ ସ୍କୁଲ ଯିବା ବେଳେ। ରାସ୍ତାରେ ଅନେକ ଛାତ୍ରଛାତ୍ରୀ ଯାତାୟତ ଥାଇ ମଧ୍ୟ ସୌଭାଗ୍ୟବଶତଃ କାହାର କୌଣସି କ୍ଷତି ହୋଇନାହିଁ।
ସୂଚନାଯୋଗ୍ୟ, ଜନବହୁଳ ଅଞ୍ଚଳରେ ରଡ଼ ପରିବହନ ବେଳେ ସୁରକ୍ଷା ନିୟମର କଡ଼ା ପାଳନ ଆବଶ୍ୟକ। କିନ୍ତୁ କିଛି ଅସାବଧାନତା ଯୋଗୁଁ ନିରୀହ ଲୋକଙ୍କ ଜୀବନ ବିପଦରେ ପଡ଼ିଥାଏ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।