ଅନୁଗୁଳ ବନ ବିଭାଗର ଦାୟିତ୍ୱହୀନତା: ପରିତ୍ୟକ୍ତ ହୋଇ ପଡ଼ି ରହିଛି ଚାରା ବିତରଣ କେନ୍ଦ୍ର

0

ଅନୁଗୁଳ: ଅନୁଗୁଳ ବନଖଣ୍ଡ ଅଞ୍ଚଳରେ ବନବିଭାଗ ତରଫରୁ ଚାରା ବିତରଣ କାର୍ଯ୍ୟକ୍ରମ ଚାଲିଛି। କିନ୍ତୁ ଏହି ଚାରାବିତରଣରେ ଅନୁଗୁଳ ବନବିଭାଗର ଦାୟିତ୍ୱହୀନତା ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି।

ଅନୁଗୁଳ ବନଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ଚାରା ବିତରଣ କେନ୍ଦ୍ର ଦୀର୍ଘ ହେବ ଖୋଲାଯାଇଛି। କିନ୍ତୁ ଏହି ଚାରା ବିତରଣ କେନ୍ଦ୍ର ଅବହେଳିତ ହୋଇ ପଡ଼ିରହିଛି। ଚାରା ବିତରଣ କେନ୍ଦ୍ରର ଉପର ପାଲ ଉଡି ଯାଇଛି। ଆଗପଟକୁ ପଲିଥିନ ଦେଇ ସିଲ କରାଯାଇଛି। ଚାରା ବିତରଣ କେନ୍ଦ୍ରର ଭିତରେ ଟେବୁଲ ଓ ଚେୟାର ପଡ଼ିଥିବା ବେଳେ ଏହା ବୁଲା କୁକୁରଙ୍କ ଆଶ୍ରୟ ସ୍ଥଳୀ ପାଲଟିଛି।

ଏ ନେଇ ଅନୁଗୁଳ ବନଖଣ୍ଡ ଅଧିକାରୀ ନୀତିଶ କୁମାରଙ୍କ କହିବା ଅନୁଯାୟୀ, ବନଖଣ୍ଡ କାର୍ଯ୍ୟାଳୟ ସାମ୍ନାରେ ଥିବା ଚାରା ବିତରଣ କେନ୍ଦ୍ରରେ ଚାରା ବିତରଣ କରାଯାଏ। କିପରି ଏହି କେନ୍ଦ୍ରରେ କର୍ମଚାରୀ ନାହାନ୍ତି ଏବଂ କେଉଁ କାରଣରୁ ବନ୍ଦ ଅଛି ଏହି ଘଟଣାକୁ ତର୍ଜମା କରାଯିବ। ଅନୁଗୁଳ ବନଖଣ୍ଡ ଅଞ୍ଚଳରେ ଜୁନ ୧ ତାରିଖ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୧. ୭ ଲକ୍ଷ ଚାରା ବିତରଣ କରାଯାଇଛି।ଗ୍ରାମ ସଭା ମାଧ୍ୟମରେ ମଧ୍ୟ ସଚେତନ କରାଯାଇ ଚାରା ବିତରଣ କରାଯାଉଛି।

ଏନେଇ ବୁଦ୍ଧିଜୀବୀ ବିନୋଦ କୁମାର ସାମଲ କୁହନ୍ତି, ଅନୁଗୁଳ ବନଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ଚାରା ବିତରଣ କେନ୍ଦ୍ର ଅବ୍ୟବସ୍ଥା ଘେରରେ ଅଛି। ବନବିଭାଗ କିପରି ଲୋକଙ୍କୁ ସଚେତନ କରୁଥିବ ଏହି କେନ୍ଦ୍ରକୁ ଦେଖି ସ୍ପଷ୍ଟ ଜଣାପଡ଼ୁଛି।

Leave A Reply

Your email address will not be published.

error: Content is protected !!