ଭୁବନେଶ୍ୱର: ଦିନକୁ ଦିନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଉଭୟ ପକ୍ଷରୁ ଆକ୍ରମଣ ଜାରି ରହିଛି। ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଆରଡିସି ଓ ଜିଲ୍ଲାପାଳଙ୍କ ଛୁଟି ବାତିଲ କରିଛନ୍ତି ଓଡ଼ିଶା ସରକାର। ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ସଚିବ।
ଏହି ନିର୍ଦ୍ଦେଶ ଅନୁସାରେ ଯେଉଁମାନେ ଛୁଟିରେ ଅଛନ୍ତି, ସେମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି କୌଣସି ସରକାରୀ ଅଫିସରଙ୍କୁ ହେଡକ୍ୱାର୍ଟର ଛାଡ଼ିବାକୁ ଅନୁମତି ଦିଆଯାଇପାରିବ ନାହିଁ।
ସେହିପରି ସବୁ ଆଇପିଏସ ଅଫିସରଙ୍କ ଛୁଟି ବାତିଲ ହୋଇଛି। ଏନେଇ ଗୃହ ବିଭାଗର ଅତିରିକ୍ତ ସଚିବ ପୋଲିସ ଡିଜିଙ୍କୁ ଚିଠି ଲେଖି ଜଣାଇଛନ୍ତି। ସୀମାରେ ଯୁଦ୍ଧ ଚାଲିଥିବା ବେଳେ କେଉଁ ସମୟରେ କିଛି ବି ହୋଇପାରେ, ଏହାକୁ ଦୃଷ୍ଟିରେ ରଖି ଏହିପରି ବଡ ନିଷ୍ପତ୍ତି ନେଇଛନ୍ତି ସରକାର।