ଅନୁଗୁଳ: ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ସେସନ ଜଜ୍।
ସୂଚନା ମୁତାବକ, ଗତ ୨୧. ୫. ୨୦୧୪ଦିନ ରାତିରେ ଖମାର ଥାନା ଅଞ୍ଚଳର ଜଣେ ନାବାଳିକାକୁ ଖମାର ଥାନା ଅନ୍ତର୍ଗତ ଓଡ଼ଶ ଗ୍ରାମର ବୀରେନ ବେହେରା ନେଇ ପଳାଇଥିବା ନେଇ ନାବାଳିକା ପରିବାର ପକ୍ଷରୁ ଖମାର ଥାନାରେ ଲିଖିତ ଏତଲା ଦିଆଯାଇଥିଲା। ଅଭିଯୋଗ ଆଧାରରେ ଖମାର ଥାନା ପୁଲିସ ଏକ କେସ୍ ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ଖମାର ଥାନା ପୁଲିସ ବିଭିନ୍ନ ଜାଗାରେ ଚଢ଼ଉ କରି ନାବାଳିକାକୁ ଉଦ୍ଧାର କରିବା ସହ ବୀରେନ ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।
ଶୁକ୍ରବାର ଅତିରିକ୍ତ ଜିଲ୍ଲା ଓ ସେସନ ଜଜ ବିରଞ୍ଚି ନାରାୟଣ ମିଶ୍ର ଏହି କେସର ଶୁଣାଣି କରି ଦଫା ୩୭୬/(୧) ଏବଂ ୪(୧) ପୋକସୋ ଆକ୍ଟ ଅନୁଯାୟୀ ୭ ଜଣ ସାକ୍ଷୀ ପ୍ରମାଣକୁ ଆଧାର କରି ଅଭିଯୁକ୍ତ ବୀରେନ ବେହେରାକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଣି କରିଛନ୍ତି। ତତସହିତ ୨୫ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦେୟ ଅଧିକ ୬ମାସ ଜେଲଦଣ୍ଡ ଶୁଣାଣି କରିଛନ୍ତି। ଏଥିସହ ପୀଡ଼ିତାକୁ ୪ଲକ୍ଷ ଟଙ୍କା ଅନୁକମ୍ପାମୂଳକ ଅର୍ଥ ରାଶି ପ୍ରଦାନ କରିବାକୁ ଆଦେଶ କରିଛନ୍ତି। ସରକାରଙ୍କ ପକ୍ଷରୁ ଏହି କେସକୁ ସ୍ୱତନ୍ତ୍ର ପିପି ପ୍ରଦୀପ କୁମାର ଭୂତିଆ ପରିଚାଳନା କରୁଥିଲେ।