ତାଳଚେରର ବିଭିନ୍ନ ସମସ୍ୟା ନେଇ ପୂର୍ବତଟ ରେଳବାଇ ମହାପ୍ରବନ୍ଧକଙ୍କୁ ଦାବିପତ୍ର ପ୍ରଦାନ କଲା ଜନ ବିକାଶ କଲ୍ୟାଣ ସଂଘ

You are currently viewing ତାଳଚେରର ବିଭିନ୍ନ ସମସ୍ୟା ନେଇ ପୂର୍ବତଟ ରେଳବାଇ ମହାପ୍ରବନ୍ଧକଙ୍କୁ ଦାବିପତ୍ର ପ୍ରଦାନ କଲା ଜନ ବିକାଶ କଲ୍ୟାଣ ସଂଘ

ତାଳଚେର : ଆଜି ତାଳଚେର ଜନବିକାଶ କଲ୍ୟାଣ ସଂଘ ତରଫରୁ ଏକ ପ୍ରତିନିଧି ଦଳ ଅନୁଗୁଳ ଗସ୍ତରେ ଥିବା ପୂର୍ବତଟ ରେଳବାଇ ମହାପ୍ରବନ୍ଧକ ସାରଦା କୁମାର ଶ୍ରୀବାସ୍ତବ ଏବଂ ଖୋର୍ଦ୍ଧା ଡିଆରଏମ୍ ରିଙ୍କେଶ ରାୟଙ୍କୁ ଭେଟି ସହରର ବିଭିନ୍ନ ସମସ୍ୟାକୁ ନେଇ ଦାବିପତ୍ର ପ୍ରଦାନ କରିଛନ୍ତି।

ଏହି ଦାବି ପତ୍ରରେ ତାଳଚେରବାସୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଦର୍ଶାଯାଇଛି। ତାଳଚେର କୋଇଲା ଏବଂ ବିଦ୍ୟୁତ ବିତରଣ କ୍ଷେତ୍ରରେ ଜାତୀୟ ସ୍ତରରେ ବାଣିଜ୍ୟିକ ପେଣ୍ଠସ୍ଥଳୀ ବନିପାରିଛି। ଫଳରେ ରେଲୱେ କର୍ତ୍ତୃପକ୍ଷ ଲାଭବାନ ହେବା ସହିତ ସରକାର ହଜାର ହଜାର କୋଟି ରାଜସ୍ବ ପାଉଛନ୍ତି। କିନ୍ତୁ ଦୁଃଖର କଥା ହେଉଛି ତାଳଚେର ସହରକୁ ଚାରିପାଖରେ ରେଳ ଧାରଣା ଘେରି ବସିଛି, ଯାହା ଫଳରେ ଲୋକମାନେ ଯିବା ଆସିବା ସମୟରେ ହଇରାଣ ହେଉଛନ୍ତି। ଏଣୁ ପାସେଞ୍ଜର ଟ୍ରେନକୁ କଣିହାଁ ପର୍ଯ୍ୟନ୍ତ ଯିବାକୁ ମଞ୍ଜୁରୀ, ସମସ୍ତ ଇଣ୍ଟରସିଟି ଟ୍ରେନ, ଅନ୍ତଃରାଜ୍ୟ ଏକ୍ସପ୍ରେସ ତାଳଚେର ଷ୍ଟେସନ ପର୍ଯ୍ୟନ୍ତ ଆସିବାକୁ ଅନୁମତି, ଷ୍ଟେସନର ସେଡିଙ୍ଗ ଉନ୍ନତମାନର କରିବା ସହ ଷ୍ଟେସନ ଶୌଚାଳୟ ବ୍ୟବସ୍ଥା ଉପରେ ଧ୍ୟାନ ଦେବା ପାଇଁ ପ୍ରତିନିଧି ଦଳ ଦାବି କରିଛନ୍ତି।

ଦାବିପତ୍ର ପ୍ରଦାନ ବେଳେ ସଂଘର ସଭାପତି ଭୂପେନ ଥମ୍ବ, ଉପଦେଷ୍ଟା ସରୋଜ ଧର, ଘଣ୍ଟପଡ଼ା ପଞ୍ଚାୟତ ସମିତିସଭ୍ୟ କରୁଣାକର ସାହୁ, ଅଭୟ ପାଣି, ଜିତେନ୍ଦ୍ର ମହାପାତ୍ର, ସରୋଜିନୀ ବେହେରା, ହିମାଂଶୁ ଶେଖର ମିଶ୍ର, ବିରଞ୍ଚି ସାମଲ, ଦୁଃଶାସନ ସାହୁ, ଅବିନାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply