ସାଧାରଣ ନିର୍ବାଚନ-୨୦୨୪ ନିମନ୍ତେ ଆଇ.ଟି ପ୍ରଶିକ୍ଷଣ ଶିବିରରେ ଜିଲ୍ଲାପାଳଙ୍କ ସୂଚନା: ୧୦୦ ମିନିଟରେ ସମାଧାନ ହେବ ସମସ୍ୟା

You are currently viewing ସାଧାରଣ ନିର୍ବାଚନ-୨୦୨୪ ନିମନ୍ତେ ଆଇ.ଟି ପ୍ରଶିକ୍ଷଣ ଶିବିରରେ ଜିଲ୍ଲାପାଳଙ୍କ ସୂଚନା: ୧୦୦ ମିନିଟରେ ସମାଧାନ ହେବ ସମସ୍ୟା

ଅନୁଗୁଳ: ସାଧାରଣ ନିର୍ବାଚନ-୨୦୨୪ ର ସଫଳ ପରିଚାଳନା ନିମନ୍ତେ ଏକ ଆଇଟି (ସୂଚନା ଓ ପ୍ରଯୁକ୍ତ) ପ୍ରଶିକ୍ଷଣ ଶିବିର ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଦାଲ ଏମ୍ ଅଖତାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏହି ପ୍ରଶିକ୍ଷଣ ଶିବିରରେ ନିର୍ବାଚନ ଜନିତ ଆଇଟି ଆପ୍ଲିକେସନ ଯଥା- ସି ଭିଜିଲ, ସୁବିଧା ପୋର୍ଟାଲ, ଏନ୍‌ କୋର ପୋର୍ଟାଲ ଇତ୍ୟାଦିର ବ୍ୟବହାର ଓ ସଫଳ କାର୍ଯ୍ୟକାରୀ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା। କୌଣସି ସ୍ଥାନରେ ନିର୍ବାଚନ ଆଚରଣ ବିଧ‌ିର ଉଲ୍ଲଂଘନ ହେଲେ ‘ସି ଭିଜିଲ’ ମୋବାଇଲ ଆପ୍ ଜରିଆରେ ଲାଇଭ ଫଟୋ କିମ୍ବା ଭିଡିଓ ଅପଲୋଡ କରି ଜନସାଧାରଣ ନିଜ ନିଜର ଅଭିଯୋଗ ପଞ୍ଜିକରଣ କରିପାରିବେ। ଅଭିଯୋଗ ପାଇବାର ୧୦୦ ମିନିଟ୍ ମଧ୍ୟରେ ସମ୍ପୃକ୍ତ ନିର୍ବାଚନ ଅଧିକାରୀଙ୍କ ଦ୍ବାରା ଏହାର ସମାଧାନ କରାଯିବ। ସେହିପରି ସୁବିଧା ପୋର୍ଟାଲ ଜରିଆରେ ସଭା, ରାଲି, ଶବ୍ଦ ବ୍ୟବସ୍ଥା ଇତ୍ୟାଦିର ଆଗୁଆ ଆବେଦନ ରାଜନୈତିକ ଦଳଗୁଡିକ କରିପାରିବେ। ଏହି ପୋର୍ଟାଲ ଜରିଆରେ ଆବଶ୍ୟକ ସମସ୍ତ ଦସ୍ତାବିଜ ଅପଲୋଡ କରି ପ୍ରାର୍ଥୀମାନେ ନାମାଙ୍କନ ପତ୍ର ମଧ୍ୟ ଦାଖଲ କରିପାରିବେ। ଏହି ସବୁ ଆବେଦନର ଅନୁମତି ନିର୍ବାଚନ ଅଧିକାରୀଙ୍କ ଏନ୍ କୋର ପୋର୍ଟାଲ ଜରିଆରେ ଦେଇପାରିବେ। ଏହି ପ୍ରଶିକ୍ଷଣ ଶିବିରରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ହେମନ୍ତ କୁମାର ସିଂହ, ଜିଲ୍ଲା ସୂଚନା ବିଜ୍ଞାନ କେନ୍ଦ୍ରର ଅଧ୍ୟକ୍ଷ ସୁବ୍ରତ ଚାଟାର୍ଜୀଙ୍କ ସମେତ ଜିଲ୍ଲାର ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଆଇଟି କମିଟିର ସଦସ୍ୟ, ଆରକ୍ଷା ବାହିନୀ, ଡେପୁଟି କଲେକ୍ଟର ମମତା ପ୍ରଧାନ ଓ ଆସିଷ୍ଟାଣ୍ଟ କଲେକ୍ଟର ସୁକାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply