ବଇଣ୍ଡା: କିଶୋରନଗର ଥାନା ଜଏରାଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ତାଲା ଭାଙ୍ଗି ଚୋରି ହୋଇଥିବା କମ୍ପ୍ୟୁଟର ସହ ଅନେକ ସାମଗ୍ରୀ ସୋମବାର କିଶୋରନଗର ପୋଲିସ ରେଢାଖୋଲ ଥାନା ଅଞ୍ଚଳରୁ ଉଦ୍ଧାର ହୋଇଛି।ଏଥିସହ ପୋଲିସ ଚୋରିରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ କିଶୋରନଗର ଥାନା ଅଞ୍ଚଳର ୨ ଜଣ ବାଳକଙ୍କ ସମେତ ଦେବାଦୀପଡା ଅଞ୍ଚଳର ଚୈତନ୍ୟ ସାହୁ ଓ ରେଢାଖୋଲ ଥାନା ବିଶ୍ଵନାଥପୁର ଗ୍ରାମର ରାଜେନ୍ଦ୍ର ସୁନାଙ୍କୁ ଗିରଫ କରିଛି। ରାଜେନ୍ଦ୍ରଙ୍କ ଘରୁ ଚୋରି ସାମଗ୍ରୀ ଉଦ୍ଧାର କରାଯାଇଛି।
ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ଏପ୍ରିଲ ୨୧ ତାରିଖ ବିଳମ୍ବିତ ରାତିରେ ବିଦ୍ୟାଳୟର ତାଲା ଭାଙ୍ଗି ଚୋରି କରିଥିଲେ। ଏ ନେଇ ପ୍ରଧାନ ଶିକ୍ଷକ ଗଜେନ୍ଦ୍ର ବେହେରାଙ୍କ ଅଭିଯୋଗ ପରେ ପୋଲିସ ତଦନ୍ତ କରି ୪ ଜଣଙ୍କୁ ଗିରଫ କରିଛି।


