ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ଅଧୀନରେ କାହ୍ନୁ ଚରଣ ପାଣିଙ୍କ ଘର ସାମ୍ନା ଗ୍ରିଲରେ ହାତ ବନ୍ଧା ହୋଇଥିବା ଦୁଇ ୧୦ବର୍ଷୀୟ ନାବାଳକଙ୍କୁ ବାଗଡିଆ ପୋଲିସ ଉଦ୍ଧାର କରିଛି। ବାଗଡିଆ ଗ୍ରାମର ୨ ନାବାଳକ ରବିବାର ତାଙ୍କ ସାହି ନିକଟରେ ଥିବା ଏକ ପୋଖରୀକୁ ମାଛ ମାରିବାକୁ ଯାଇଥିଲେ। ମାଛ ମାରୁଥିବା ବେଳେ ପୋଖରୀ ମାଲିକ କାହ୍ନୁଚରଣ ପାଣି ଉଭୟଙ୍କୁ ଦେଖି ଧରି ପକାଇ ଥିଲେ। ଦୁଇ ନାବାଳକଙ୍କୁ କାହ୍ନୁଚରଣ ନିଜ ଘରକୁ ଆଣିବା ସହ ଘର ସାମ୍ନା ଗ୍ରିଲରେ ୩ ଘଣ୍ଟା ବାନ୍ଧି ଦେବା ସହ ସେ ଏବଂ ତାଙ୍କ ସ୍ତ୍ରୀ ମିଶି ନିସ୍ତୁକ ମାଡ଼ ମାରିଥିଲେ। ପୀଡ଼ିତଙ୍କ ପରିବାର ଲୋକ ମାନେ କାହ୍ନୁଙ୍କ ଘରକୁ ଯାଇ କ୍ଷମା ମାଗିଥିଲେ ଗୋଡ଼ ହାତ ଧରି ନେହୁରା ହୋଇଥିଲେ ମଧ୍ଯ ସେ ଦୁଇ ନାବାଳକଙ୍କୁ ଛାଡି ନଥିଲେ। ଜଣେ ପୀଡ଼ିତଙ୍କ ଦାଦା ଘଟଣାକୁ ନେଇ ବାଗଡିଆ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ କାହ୍ନୁଙ୍କ ଘରକୁ ଯାଇ ଦୁଇ ନାବାଳକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଥିଲେ। ଅଭିଯୁକ୍ତ କାହ୍ନୁ ଚରଣ ପାଣିଙ୍କୁ ପୋଲିସ ଗିରଫ କରି ଅଟକ ରଖିଥିବା ଜଣା ପଡ଼ିଛି।
ମାଛ ମାରିବା ପଡ଼ିଲା ମହଙ୍ଗା: ଦୁଇ ନାବାଳକଙ୍କୁ ନିଜ ଘର ଗ୍ରିଲରେ ବାନ୍ଧି ନିସ୍ତୁକ ମାଡ଼ ମାରିଲେ ପୋଖରୀ ମାଲିକ
- Post published:May 5, 2025
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau


