ଅନୁଗୁଳ: ଅନୁଗୁଳ ସତ୍ୟସାଇ ସେବା ମନ୍ଦିର ପରିସରରେ ଈଶ୍ୱରମ୍ମା ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ସକାଳେ ନଗର ସଂକୀର୍ତ୍ତନ, ଧ୍ବଜା ରୋପଣ ପୂଜାର୍ଚନା ଆଦି କରା ଯାଇଥିଲା। ଏହାପରେ ଅନୁଗୁଳ ଡାକ୍ତରଖାନା ପରିସରରେ ରୋଗୀମାନଙ୍କୁ ଫଳ ବଣ୍ଟନ କରା ଯାଇଥିଲା। ସନ୍ଧ୍ୟାରେ ବାଳ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ପିଲାମାନଙ୍କୁ ନୀତି ଶିକ୍ଷା ପ୍ରଦାନ କରାଯାଇଥିଲା। ଏହାପରେ ବାଜିରାଉତ ଛାତ୍ରା ବାସର ଛାତ୍ର ଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରି ବେଷଣ କରିଥିଲେ।କୃତି କଳାକାରଙ୍କୁ ସମିତି ପକ୍ଷରୁ ପୁରସ୍କୃତ କରାଯାଇଥିଲା।
ଅନୁଗୁଳରେ ଈଶ୍ୱରାମ୍ମା ଦିବସ ପାଳିତ
- Post published:May 7, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
Tags: Angul


