ଅନୁଗୁଳ: ବଅଁରପାଳ ବ୍ଳକ୍ ସାନ୍ତରାପୁର-ଖ ପଞ୍ଚାୟତ ନୂଆସାହି ଗ୍ରାମର ଏକ ପରିତ୍ୟକ୍ତ କୂଅରୁ ବନବିଭାଗ ଓ ଗ୍ରାମବାସୀଙ୍କ ସହାୟତାରେ ଏକ ବିଲୁଆକୁ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ ଗତ ୩,୪ ଦିନ ହେବ ବିଲୁଆଟି ପରିତ୍ୟକ୍ତ କୂଅରେ ଖସି ପଡ଼ିଥିଲା। କୂଅଟି ଏକ ବୁଦା ଭିତରେ ଥିବାରୁ କେହି ଦେଖି ପାରିନଥିଲେ। ଶନିବାର ନୂଆସାହି ଗ୍ରାମର ଜଣେ ବ୍ୟକ୍ତି ବିଲୁଆଟି କୂଅରେ ପଡ଼ିଥିବାର ଦେଖୁଥିଲେ । ଏନେଇ ବନବିଭାଗକୁ ଦିଆଯାଇଥିଲା। ରେଞ୍ଜର ସତ୍ୟବ୍ରତ ପ୍ରଧାନଙ୍କ ନିର୍ଦ୍ଦେଶରେ ଫରେଷ୍ଟର ଓ ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ଉଦ୍ଧାର କରାଯାଇଛି।
ପରିତ୍ୟକ୍ତ କୂଅରୁ ବିଲୁଆ ଉଦ୍ଧାର
- Post published:June 27, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
