ଆସନ୍ତା ୮ରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିବାକୁ ପୁରୀ ଯିବେ ଶ୍ରୀ ଶଙ୍କରାଚାର୍ଯ୍ୟ ସ୍ୱାଗତ ସମିତିର ଶତାଧିକ କର୍ମକର୍ତ୍ତ

You are currently viewing ଆସନ୍ତା ୮ରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିବାକୁ ପୁରୀ ଯିବେ ଶ୍ରୀ ଶଙ୍କରାଚାର୍ଯ୍ୟ ସ୍ୱାଗତ ସମିତିର ଶତାଧିକ କର୍ମକର୍ତ୍ତ

 

ଅନୁଗୁଳ: ଆଜି ଅପରାହ୍ନରେ ଦେଉଳବେଡ଼ା ଠାରେ ଶ୍ରୀ ଶଙ୍କରାଚାର୍ଯ୍ୟ ସ୍ୱାଗତ ସମିତି ପକ୍ଷରୁ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଆଶୁ ଆରୋଗ୍ୟ କାମନା କରି ବୈଠକ ଆୟୋଜିତ ହୋଇଛି। ସଂଯୋଜକ ପର୍ଶୁରାମ ବାରିକଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ଉପାଧ୍ୟକ୍ଷ ବରୁଣ କୁମାର ସାହୁ ଆସନ୍ତା ୮ ତାରିଖରେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ସହ ଗୁରୁଜୀଙ୍କୁ ଦର୍ଶନ କରି କୃପାଲାଭ କରିବାକୁ ପ୍ରସ୍ତାବ ରଖିଥିଲେ। କମିଟିର ୫୦୦ରୁ ଅଧିକ କାର୍ଯ୍ୟକର୍ତ୍ତା ଏହି ନିଷ୍ପତ୍ତିରେ ହଁ ଭରିଥିଲେ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ବୃନ୍ଦାବନ ବେହେରା, ବିଜୟ କୁମାର ସାହୁ, ମଦନ ପ୍ରଧାନ, ଅନ୍ତର୍ଯ୍ୟାମୀ ସାହୁ, ଜ୍ୟୋତିର୍ମୟ ରଥ, ମାୟାଧର ସାହୁ, ଜଗଦୀଶ ମିଶ୍ର, ଜଗଦୀଶ ସିଂହ, ରଞ୍ଜନ ବିଶୋଇ, ଉଚ୍ଛନ୍ନ ପଟ୍ଟନାୟକ, ରଂଜିତ ମହାପାତ୍ର, ବିନୋଦ ଲାଲ, ଅଭୟ ପାଣି, ବବଲୁ ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ, ବିଜୟ ନାଏକ, ନରେଶ ବେହେରା, ମିଲୁ ସାହୁ, କ୍ଷୀରୋଦ ପାଲ, ବିନ୍ଦା ସିଂହଙ୍କ ସମେତ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Share

Leave a Reply