ଅନୁଗୁଳ: ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ତାପକୁ ଦୃଷ୍ଟିରେ ରଖି ତୃଷାର୍ତ ପଥିକମାନଙ୍କ ପାଇଁ ଜିଲ୍ଲା ଠିକାଦାର ସଂଘ ପକ୍ଷରୁ ପୌରପାଳିକା ସହଯୋଗରେ ଜଳଛତ୍ର ଶୁଭାରମ୍ଭ କରାଯାଇଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ସମୟରେ ଅନୁଗୁଳ ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ପୌରପାଳିକା ଅଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ, କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ ଏବଂ ଜିଲ୍ଲା ଠିକାଦାର ସଂଘର ସାଧାରଣ ସମ୍ପାଦକ ସୁବୋଧ କୁମାର ମହାପାତ୍ର ଜଳଛତ୍ରକୁ ଉଦ୍ଘାଟନ କରିଥିଲେ। ଉଦଘାଟନ ଅବସରରେ ପଥଚାରୀମାନଙ୍କ ପାଇଁ ଶୀତଳ ଦହି ପଣାର ବିଶେଷ ବ୍ୟବସ୍ଥା କରାଯାଇ ବିତରଣ କରାଯାଇଥିଲା। ଗ୍ରୀଷ୍ମ ସାରା ଏହି ଜଳଛତ୍ର ଜାରି ରହିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି।କାର୍ଯ୍ୟକ୍ରମରେ ସଂଘର ଅନ୍ୟ କର୍ମକର୍ତା ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ।
ଜିଲ୍ଲା ଠିକାଦାର ସଂଘ ପକ୍ଷରୁ ଜଳଛତ୍ର ଶୁଭାରମ୍ଭ, ବଣ୍ଟାଗଲା ଦହି ପଣା
- Post published:April 18, 2026
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
Tags: Angul











