ଅନୁଗୁଳ: ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସ୍ଥାନୀୟ ବାସନ୍ତୀ ଦୁର୍ଗା ପୂଜା କମିଟି ପକ୍ଷରୁ ଶୁକ୍ରବାର ଏକ ଜଳ ସେବା କେନ୍ଦ୍ର ଉଦଘାଟିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପୂଜା କମିଟିର ସଭାପତି ଶକ୍ତି ପ୍ରସାଦ ପଟ୍ଟନାୟକ, ରାଜ୍ୟ ଯୁବ ବିଜେଡି ଯୁଗ୍ମ ସମ୍ପାଦକ ଚନ୍ଦ୍ରକାନ୍ତ ପ୍ରଧାନ, ବସଲା ସରପଞ୍ଚ ଚନ୍ଦନ କୁମାର ସାହୁ, ଅଧ୍ୟାପକ ସଞ୍ଜୟ କୁମାର ସାହୁ, ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଅନୀଲ ଭୂୟାଁ ପ୍ରମୁଖ ଉପସ୍ଥିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ପ୍ରଦୀପ ଦେବତା, ଅନୁପ ମହାନ୍ତି, ଯତୀନ ସେଠୀ, ଶୁଭେନ୍ଦୁ ପ୍ରଧାନ, ତ୍ରିନାଥ ସାମଲ, ଟିକିମ ମହାନ୍ତି, ଆଲୋକ ସାହୁ, ଲୁବୁନ ଜେନା, ବିଶ୍ୱଜିତ ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ। ଆଗାମୀ ଭବିଷ୍ୟତରେ ସହରର ଅନ୍ୟ ସ୍ଥାନରେ ବି ଜଳ ସେବା କେନ୍ଦ୍ର ହେବ ବୋଲି କମିଟି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି।
ବାସନ୍ତୀ ଦୁର୍ଗା ପୂଜା କମିଟି ପକ୍ଷରୁ ଜଳ ସେବା କେନ୍ଦ୍ର
- Post published:April 30, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul