ଅନୁଗୁଳ (Jugal Kishore Sahoo): ଅନୁଗୁଳ ଜିଲ୍ଲା କଣିହାଁ ଥାନା ସାନହାର ଗ୍ରାମର ବିଧବା ବିନତି ବେହେରା(୪୩)ଙ୍କ ୪ ଏକର ୨୦ ଡ଼ିସିମିଲ ଜମିକୁ ପଡ଼ୋଶୀ ଗ୍ରାମ ସାନତ୍ରିବିଡ଼ାର ଜଣେ ବ୍ୟକ୍ତି ଚଞ୍ଚକତା କରି ଅନ୍ୟକୁ ବିକ୍ରି କରିଦେଇଥିବା ଥାନାରେ ଅଭିଯୋଗ ହୋଇଛି। ପ୍ରକାଶ ଯେ, ବିନତୀଙ୍କ ସ୍ବାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଶାଶୁ ଲକ୍ଷ୍ମୀ ବେହେରାଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଲକ୍ଷ୍ମୀଙ୍କ ନାମରେ କୁହାଁପାଳ ମୌଜା ଖାତା ନମ୍ବର ୨୭ ରେ ୪ ଏକର ୨୦ ଡ଼ିସିମିଲ ଜମି ଥିଲା । ପଡ଼ୋଶୀ ଗ୍ରାମ ସାନତ୍ରିବିଡ଼ାର ସମ୍ପୃକ୍ତ ବ୍ୟକ୍ତି ବିନତୀଙ୍କ ଘରକୁ ଅନେକ ସମୟରେ ଯିବା ଆସିବା କରିଥାନ୍ତି। ଏହାର ସୁଯୋଗରେ ସମ୍ପୃକ୍ତ ବ୍ୟକ୍ତି ମୋଟା ଅଙ୍କର ଅର୍ଥ ନେଇ ଅନ୍ୟ ଲୋକଙ୍କୁ ଛିଡ଼ା କରାଇ ନାଲକୋ କୁକୁଡ଼ାଙ୍ଗର ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଜମି ବିକ୍ରି କରି ଦେଇଥିବା ବିନତି ଅଭିଯୋଗ କରିଛନ୍ତି। ବିନତି ଉତ୍ତରାଧିକାରୀ ପ୍ରମାଣପତ୍ର ବାହାର କରିବା ପାଇଁ ପଟ୍ଟା ବାହାର କରିବା ବେଳେ ଏହି ସମସ୍ତ ଘଟଣା ଜାଣିବାକୁ ପାଇଥିଲେ। ଏନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
ଜମି ବିକିଦେଲା ଦଲାଲ, ଥାନାରେ ଏତଲା
- Post published:September 23, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul