ଟିପିସିଓଡିଏଲର ଠିକା ଶ୍ରମିକଙ୍କ ବିକ୍ଷୋଭ

0

ଅନୁଗୁଳ: ଏଆଇୟୁଟିୟୁସି ସହବନ୍ଧିତ ବାବା ଚମ୍ପେଶ୍ଵର ବିଦ୍ୟୁତ୍ କର୍ମଚାରୀ ସଂଘ ପକ୍ଷରୁ ବୁଧବାର ଅନୁଗୁଳ ଟିପିସିଓଡିଏଲ୍ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶିତ ହୋଇଛି। ଶ୍ୟାମ ଇଣ୍ଡସ ପାୱାର ସଲ୍ୟୁସନ୍ ପ୍ରା. ଲି. ଅଧୀନରେ ଟିପିସିଓଡିଏଲ୍‌ରେ କାର୍ଯ୍ୟରତ ମିଟର ରିଡର ଓ ବିଦ୍ୟୁତ୍‌ ବିଲ୍ କଲେକ୍ଟରଙ୍କ ଜୁଲାଇ ଓ ଅଗଷ୍ଟ ମାସର ବକେୟା ଦରମା ପ୍ରଦାନ, ପ୍ରତି ମାସରେ ୭ ତାରିଖ ମଧ୍ୟରେ ଦରମା ପ୍ରଦାନ, ପରିଚୟପତ୍ର ଓ ୟୁନିଫର୍ମ ଡ୍ରେସ୍ ପ୍ରଦାନ ଏବଂ ମିଟର ରିଡିଂ ଓ ବିଲ୍ କଲେକସନ୍ କାର୍ଯ୍ୟକୁ ଅନ୍ୟ କୌଣସି ସଂସ୍ଥାକୁ ହସ୍ତାନ୍ତର ନକରିବା ଆଦି ଦାବିରେ ଶତାଧିକ ମିଟର ରିଡର ଓ ବିଦ୍ୟୁତ୍‌ ବିଲ୍ କଲେକ୍ଟର ଅମଲାପଡାସ୍ଥ ଦୁର୍ଗାମଣ୍ଡପ ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ଟିପିସିଓଡିଏଲ୍ ଅନୁଗୁଳ ନିର୍ବାହୀ ଯନ୍ତ୍ରୀଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Leave A Reply

Your email address will not be published.

error: Content is protected !!