ବଉଳିଗଡ଼ରେ ଜନ ସମ୍ପର୍କ ପଦଯାତ୍ରା, ଯୋଗ ଦେଲେ ୫୦୦ରୁ ଊର୍ଦ୍ଧ୍ଵ ମହିଳା

You are currently viewing ବଉଳିଗଡ଼ରେ ଜନ ସମ୍ପର୍କ ପଦଯାତ୍ରା, ଯୋଗ ଦେଲେ ୫୦୦ରୁ ଊର୍ଦ୍ଧ୍ଵ ମହିଳା

ଅନୁଗୁଳ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇଥିବା ଜନ ସମ୍ପର୍କ ପଦଯାତ୍ରା ବଅଁରପାଳ ବ୍ଲକ ବଉଳିଗଡ଼ ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଲୋକଙ୍କ ପାଖରେ ସଠିକ ଭାବେ ପହଞ୍ଚିବା ସହ ଲୋକମାନେ ଏ ନେଇ ଅବଗତ ହୋଇପାରିବେ।

ବଉଳିଗଡ଼ ସରପଞ୍ଚ ଅମରେନ୍ଦ୍ର ଗଡ଼ନାୟକ, ବିଜେଡି ସଭାପତି ବିଜୟ ପରିଡା, ଅରୁଣାଭ ସିଂହଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ, ଜିଲ୍ଲା ପରିଷଦ ଗୋପାଳ ନାଏକ, ଜିଲ୍ଲା ବିଜେଡି ଉପଦେଷ୍ଟା ନିର୍ମଳ ଗଡ଼ନାୟକ, ବ୍ଲକ ମହିଳା ବିଜେଡି ସଭାପତି ସୁନିତା ଭୁକ୍ତା, ବ୍ଲକ ଛାତ୍ର ବିଜେଡି ସଭାପତି ପ୍ରମୁଖ ଉପସ୍ଥିତ ଥିଲେ।
ଏହି ପଦଯାତ୍ରା ପୁରିକିଆଠାରୁ ଆରମ୍ଭ ହୋଇ ଅରାହଟ ଓ ବୋଉଳିଗଡ଼ ଗ୍ରାମ ପରିକ୍ରମା କରିଥିଲା। ପରେ ବୋଉଳିଗଡ଼ରେ ସାଧାରଣ ସଭା ଓ ଅଭିଯୋଗ ଶିବିର ଅନୁଷ୍ଠିତ ହୋଇଥିଲା। ଶିବିରରେ ବିଧାନସଭା ଉପ-ବାଚସ୍ପତି ତଥା ବିଧାୟକ ରଜନୀକାନ୍ତ ସିଂହ ଯୋଗଦେଇ ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ସମାଧାନ କରିଥିଲେ।

Share

Leave a Reply