ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡା ଜନତା ମହାବିଦ୍ୟାଳୟର ବିକାଶ ଉପରେ ବୁଧବାର ଦିନ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଆଠମଲ୍ଲିକ ଉପଜିଲ୍ଲାପାଳ ତରଣୀ ସୁନା ଯୋଗ ଦେଇ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।
ପରେ ଉପଜିଲ୍ଲାପାଳ ମହାବିଦ୍ୟାଳୟର ଛାତ୍ର ନିବାସ ବୁଲି କଲେଜର ଜମି ସମ୍ପର୍କରେ ଆଲୋଚନା କରିଥିଲେ। ଏଥିରେ ମହାବିଦ୍ୟାଳୟ ଅଧ୍ୟକ୍ଷ ସିଦ୍ଧାର୍ଥ କୁମାର ପଣ୍ଡା, କାଳନ୍ଦୀ ଚରଣ ପ୍ରଧାନ, ଅସିତ କୁମାର ଜେନା, ଚନ୍ଦ୍ରଶେଖର ସିଂ, ରବି ନାରାୟଣ ବେହେରା, କାଳିଆ ସେଠି, ଶୁଭଲକ୍ଷ୍ମୀ ମାଝୀ, ସୁମିତ୍ରା ସ୍ୱାଇଁଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।