ସା ଫାଉଣ୍ଡେସନର ଦଶମ ସଂସ୍କରଣର ପ୍ରଥମ ଜନଜାତି ମହୋତ୍ସବ ଉଦଯାପିତ, ଆଦିବାସୀ ଲୋକ ସଂସ୍କୃତିକୁ ପ୍ରଶଂସା

You are currently viewing ସା ଫାଉଣ୍ଡେସନର ଦଶମ ସଂସ୍କରଣର ପ୍ରଥମ ଜନଜାତି ମହୋତ୍ସବ ଉଦଯାପିତ, ଆଦିବାସୀ ଲୋକ ସଂସ୍କୃତିକୁ ପ୍ରଶଂସା

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ନଗର ମୀନା ବଜାର ପଡ଼ିଆରେ ସା ଫାଉଣ୍ଡେସନର ଦଶମ ସଂସ୍କରଣର ପ୍ରଥମ ଜନଜାତି ମହୋତ୍ସବ ଉଦଯାପିତ ହୋଇଛି। ଶେଷ ଦିବସରେ ମୁଖ୍ୟ ପୃଷ୍ଠପୋଷାକ ଭାବେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତିଙ୍କ ସହ ମୁଖ୍ୟବକ୍ତା ଭାବେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାରତ ମସଲା ଚେୟାରମ୍ୟାନ ସୁରେନ୍ଦ୍ରନାଥ ପଣ୍ଡା, ସ୍ୱତନ୍ତ୍ର ଅତିଥି ଭାବେ ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ(ଏଡିୟୁଜେ) ସଭାପତି ଅଜିତ କୁମାର ଧର ପ୍ରମୁଖ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ଅତିଥିମାନେ ଆଦିବାସୀ ଲୋକ ସଂସ୍କୃତି ସାମାଜିକ ବିକାଶ ଧାରାରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରଛି।ଐତିହ୍ୟ କଳା ସଂସ୍କୃତି ଠାରୁ ଆରମ୍ଭ କରି ପାରମ୍ପରିକ ଜୀବନ ଜୀବିକା ସହ ଜଡ଼ିତ ଭାବଧାରାକୁ ଏବେ ମଧ୍ୟ ଉଦ୍ ଜୀବିତ କରିବାରେ ଆଦିବାସୀ ସମ୍ପ୍ରଦାୟ ପ୍ରୟାସ ଜାରି ରଖିଛନ୍ତି ବୋଲି କହିଥିଲେ।

ସା ପରିଚୟ ଟ୍ରଷ୍ଟର ମୁଖ୍ୟ ଶୋଭାଶିଷ ଦାସ ଯୋଗ ଦେଇ କହିଲେ ଯେ ଆଦିବାସୀ ଲୋକ ସଂସ୍କୃତିର ବିକାଶର ପରିଚୟ କିଷାନ କଳା ସଂସ୍କୃତି। କାର୍ଯ୍ୟକ୍ରମ ଦେଖିବାକୁ ଶତାଧିକ ଦର୍ଶକ ଉପସ୍ଥିତ ଥିଲେ।

Share

Leave a Reply