ଜାପାନୀ ଜ୍ଵର ନିରାକରଣ କାର୍ଯ୍ୟକ୍ରମ ଜୋରଦାର

You are currently viewing ଜାପାନୀ ଜ୍ଵର ନିରାକରଣ କାର୍ଯ୍ୟକ୍ରମ ଜୋରଦାର

ଅନୁଗୁଳ: ଗତ କାଲି (ଗୁରୁବାର) ଅନୁଗୁଳରେ ଜଣେ ଶିଶୁ ଜାପାନୀ ଜ୍ବରରେ ଆକ୍ରାନ୍ତ ହେବା ପରେ ସହରରେ ସଫେଇ କାର୍ଯ୍ୟକ୍ରମକୁ ଜୋରଦାର କରାଯାଇଛି।

ଫଗିଂ ମେସିନ ଏବଂ ମଶା ତେଲ ପକାଯାଇ ମଶା ନିୟନ୍ତ୍ରଣ କରାଯାଉଛି। ତେବେ ମଣିଷ ବସ୍ତିରେ ଘୁଷୁରୀ ପଲ ରହିବା ଚିନ୍ତା ବଢ଼ାଇଛି।ସଂକ୍ରମିତ ଘୁଷୁରୀ ଥିଲେ ଏହା ବିପଦଜନକ ସ୍ଥିତି ସୃଷ୍ଟି କରିପାରେ ବୋଲି ବିଶେଷଜ୍ଞ ଚେତାଇ ଦେଇଛନ୍ତି। ପ୍ରାଣୀଧନ ବିଭାଗ ପାଖରେ ଘୁଷୁରୀ ଟ୍ରାପିଂ ମେସିନ ନଥିବାରୁ ଆଜି ରକ୍ତ ନମୁନା ସଂଗ୍ରହ କରାଯାଇ ପାରିନାହିଁ। ଆସନ୍ତା କାଲି ଘୁସୁରିଆଙ୍କ ସହଯୋଗରେ ନମୁନା ସଂଗ୍ରହ କରାଯିବା ରକ୍ତ ନମୁନା ଏବଂ ନାଜାଲ ସ୍ୱାବ ଏକାସାଙ୍ଗରେ ପରୀକ୍ଷା ପାଇଁ ଲାବୋରେଟରିକୁ ପଠାଯିବ।

ଏଠାରେ ସୂଚନା ଯୋଗ୍ୟ ଯେ, ଗତ ଜୁନ ମାସରେ ଦୁଇ ଜଣ ଶିଶୁ ଜାପାନୀ ଜ୍ବରରେ ଆକ୍ରାନ୍ତ ହୋଇଥିଲେ।

Share

Leave a Reply