ଜିନ୍ଦଲ ପାନ୍ଥର୍ କପ୍ ୨୦୨୨ : ଜେଏମ୍ଏସକୁ ହରାଇ ମହିଳା ବର୍ଗରେ ଡେୟାର ଡେଭିଲ୍ ଚାମ୍ପିୟନ୍

You are currently viewing ଜିନ୍ଦଲ ପାନ୍ଥର୍ କପ୍ ୨୦୨୨ : ଜେଏମ୍ଏସକୁ ହରାଇ ମହିଳା ବର୍ଗରେ ଡେୟାର ଡେଭିଲ୍ ଚାମ୍ପିୟନ୍

ଅନୁଗୁଳ : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ର ଜିନ୍ଦଲ ଅଫିସର୍ସ କ୍ଲବ (ଜେଓସି) ଦ୍ୱାରା ଆୟୋଜିତ ଆନ୍ତଃ ବିଭାଗୀୟ ମହିଳା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ‘ଜିନ୍ଦଲ ପାନ୍ଥର୍ କପ୍ ୨୦୨୨’ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ସୁରକ୍ଷା ବିଭାଗର ଖେଳାଳିଙ୍କୁ ନେଇ ଗଠିତ ଡେୟାର ଡେଭିଲ୍ ଲେଡିଜ ଦଳ ଓ ଜିନ୍ଦଲ ମହିଳା ସମିତି (ଜେଏମଏସ) ମଧ୍ୟରେ ଆୟୋଜିତ ହୋଇଥିଲା। ମ୍ୟାଚରେ ଡେୟାର ଡେଭିଲ୍ ଲେଡିଜ ଦଳ, ଜିନ୍ଦଲ ମହିଳା ସମିତିକୁ ୯ ୱିକେଟରେ ପରାସ୍ତ କରିଥିଲା।

ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଜେଏସପିର ଇସ୍ପାତ ବ୍ୟବସାୟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦିନେଶ କୁମାର ସରୋଗୀ ଯୋଗଦେଇ ଖେଳାଳିଙ୍କୁ ପୁରସ୍କାର ବିତରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜେଏସପିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହୃଦେଶ୍ବର ଝା, ସୁଜାତା ସରୋଗୀ, ଅନୀତା ମିତ୍ତଲ ପ୍ରମୁଖ ଉପସ୍ଥିତ ଥିଲେ।

ଟସ୍ ଜିତିବା ପରେ ଡେୟାର ଡେଭିଲ୍ସ ଦଳ ବୋଲିଂ କରି ଜିନ୍ଦଲ ମହିଳା ସମିତି ଦଳକୁ ବ୍ୟାଟିଂ କରିବାକୁ ଦେଇଥିଲେ। ଜେଏମଏସ୍ ଦଳ ନିର୍ଦ୍ଧାରିତ ୧୦ ଓଭରରେ ୪ ୱିକେଟ୍ ହରାଇ ମାତ୍ର ୩୮ ରନ୍ ସ୍କୋର କରିପାରିଥିଲା। ୩୯ ରନ୍‌ର ଟାର୍ଗେଟକୁ ହାସଲ କରିବା ପାଇଁ ଡେୟାର ଡେଭିଲ୍ସ ୬.୩ ଓଭରରେ ମାତ୍ର ୧ ୱିକେଟ୍ ହରାଇ ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ୍ ହୋଇଥିଲା। ୩ ଓଭରରେ ମାତ୍ର ୭ ରନ୍‌ ବିନିମୟରେ ୩ ୱିକେଟ୍ ହାସଲ କରିଥିବାରୁ ହରିପ୍ରିୟା ନାୟକଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଘୋଷିତ କରାଯାଇଛି।

Share

Leave a Reply