ଅନୁଗୁଳ: ଓପି ଜିନ୍ଦଲ ଅନୁଗୁଳ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଆଜିର ସେମିଫାଇନାଲ ମ୍ୟାଚରେ ବାଗେଡ଼ିଆ କ୍ଲବ ଅଷ୍ଟକିଳା କ୍ଲବ ପତାକାକୁ ୭-୬ବଗୋଲରେ ହରାଇ ଫାଇନାଲରେ ପ୍ରବେଶ କରିଛି। ଉଭୟାର୍ଦ୍ଧ ଗୋଲଶୂନ୍ୟ ରହିବା ପରେ ପେନାଲଟି ସୁଟ ଆଉଟ ହୋଇଥିଲା। ଏଥିରେ ୫-୫ ଗୋଲ ହେବା ପରେ ଷଡନ ଡେଥର ଆଶ୍ରୟ ନିଆଯାଇଥିଲା। ଏଥିରେ ବାଗେଡ଼ିଆ ବିଜୟ ଲାଭ କରିଥିଲା। ଖେଳ ପରିଚାଳନା କରିଥିଲେ ଦିଲୀପ ରାଉତ। ଓଡିଶା ଫୁଟବଲ ଆସୋସିଏସନର ଚୟନକର୍ତା ଆରଆଇ ଟିଗା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ।ଆସନ୍ତା କାଲି ଗୁରୁବାର ଫାଇନାଲରେ ବାଗେଡ଼ିଆ ଝାରସୁଗୁଡା ଦଳକୁ ଭେଟିବ ।
ଓପି ଜିନ୍ଦଲ ଅନୁଗୁଳ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ, ପତାକାକୁ ୭-୬ ଗୋଲରେ ହରାଇ ବାଗେଡ଼ିଆ ଫାଇନାଲରେ
