ଅନୁଗୁଳ: ଅନୁଗୁଳ ଇଣ୍ଡୋର୍ ଷ୍ଟାଡିୟମ୍, ଆଠମଲ୍ଲିକ ଏମ୍ପିଆଇଏସ
ଓ ତାଳଚେର ଏମ୍ପିଆଇଏସ ଠାରେ ଗ୍ରୀଷ୍ମକାଳୀନ ବ୍ୟାଡମିଣ୍ଟନ ତାଲିମ ଶିବିର ଆୟୋଜିତ ହୋଇଯାଇଛି।ଗତ ୨୫ ତାରିଖରୁ ୧୧ ମଇ ପ୍ରଥମ ବ୍ୟାଚ ଏବଂ ୧୫ ମଇ ରୁ ୩୧ ମଇ ପର୍ଯ୍ୟନ୍ତ ଦ୍ଵିତୀୟ ବ୍ୟାଚର ତାଲିମ ଶିବିର ଅନୁଷ୍ଠିତ ହେବ। ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ପକ୍ଷରୁ ଏହି ତାଲିମ ଶିବିର ଅନୁଷ୍ଠିତ ହେଉଛି। ତାଳଚେର କେନ୍ଦ୍ର ଠାରେ ଭାରତ୍ତୋଳନ ତାଲିମ ମଧ୍ୟ ଦିଆଯାଉଛି। ଏହା ୧୫ ଏପ୍ରିଲ ଠାରୁ ୨୯ ଏପ୍ରିଲ ପର୍ଯ୍ୟନ୍ତ ତାଲିମ ଦିଆଯାଇଥିଲା। ବିଶ୍ୱଜିତ୍ ଦାସ ଅନୁଗୁଳ ବ୍ୟାଡମିଣ୍ଟନ କୋଚ, ବିବେକାନନ୍ଦ କର୍ଣ୍ଣ, ଜଗତ ମୋହନ ପ୍ରଧାନ ତାଳଚେର ବ୍ୟାଡମିଣ୍ଟନ କୋଚ ଏବଂ ଦୁର୍ଗାପ୍ରସାଦ ମହାପାତ୍ର ତାଳଚେର କେନ୍ଦ୍ର ଭାର ଉତ୍ତୋଳନ ଦାୟିତ୍ୱରେ ଅଛନ୍ତି। ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସୀଠଙ୍କ ତତ୍ତ୍ଵାବଧାନରେରେ ଏହି ତାଲିମ ଶିବିର ଅନୁଷ୍ଠିତ ହୋଇ ଆସୁଛି।
ଗ୍ରୀଷ୍ମକାଳୀନ ବ୍ୟାଡମିଣ୍ଟନ ଶିବିର
