ଜିନ୍ଦଲ ପ୍ରିମିୟର ଲିଗ ୨୦୨୪-୨୫ ଉଦଯାପିତ: ଏକ୍ସଷ୍ଟ୍ରିମ ଏସଏମଏସ ଇଣ୍ଡିଆ ଚାମ୍ପିୟନ

You are currently viewing ଜିନ୍ଦଲ ପ୍ରିମିୟର ଲିଗ ୨୦୨୪-୨୫ ଉଦଯାପିତ: ଏକ୍ସଷ୍ଟ୍ରିମ ଏସଏମଏସ ଇଣ୍ଡିଆ ଚାମ୍ପିୟନ

ଅନୁଗୁଳ : ଅନୁଗୁଳର ଜିନ୍ଦଲ ନଗରରେ ଚାଲିଥିବା ଜିନ୍ଦଲ ପ୍ରିମୟର ଲିଗ ୨୦୨୪-୨୫ ଉଦଯାପିତ ହୋଇଛି । ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର(ଜେଏସପି)ର ପ୍ରତିଭାବାନ ଖେଳାଳିଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଏହି କ୍ରିକେଟ ଲିଗ୍ ଡିସେମ୍ବର ୭ ତାରିଖରୁ ଆରମ୍ଭ ହୋଇ, ଜାନୁୟାରୀ ୧୭ ତାରିଖ ଯାଏଁ ଚାଲିଥିଲା । ଜେଏସପି ଅନୁଗୁଳର ମାନବ ସମ୍ବଳ ବିଭାଗ ଦ୍ୱାରା ଆୟୋଜିତ ଏହି ଟୁର୍ଣ୍ଣାମେଂଟରେ ୩ଟି ବର୍ଗ ଯଥା- ଜେଏସପି ଜେଣ୍ଟସ୍, ଜେଏସପି ଲେଡିଜ୍ ଏବଂ ଜେଏସପି ସ୍କୁଲ ଟିମ ଭାଗ ନେଇଥିଲେ ।

ଜେଏସପି ଜେଣ୍ଟସ୍ ବର୍ଗରେ ୫୪ଟି ଦଳ ଭାଗ ନେଇଥିଲେ । ବିଭିନ୍ନ ବିଭାଗ ଓ ଭେଣ୍ଡରମାନଙ୍କୁ ନେଇ ଗଠିତ ହୋଇଥିବା ଏହି ଦଳସବୁ ୧୦ ଓଭର ବିଶିଷ୍ଟ ୫୪ଟି ମ୍ୟାଚ୍ ଖେଳିଥିଲେ । ଫାଇନାଲ ମ୍ୟାଚରେ ଏକ୍ସଷ୍ଟ୍ରିମ ଏସଏମଏସ ଇଣ୍ଡିଆ ଦଳ ଏବଂ ସିଏଚପି ସ୍ମାସରର୍ସ ଦଳ ମଧ୍ୟରେ ଟାଇଟଲ ମୁକାବିଲା ହୋଇଥିଲା । ଏକ୍ସଷ୍ଟ୍ରିମ ଏସଏମଏସ ଇଣ୍ଡିଆ ପ୍ରଥମେ ଫିଲ୍ଡିଂ କରିବା ସହ ସିଏଚପି ସ୍ମାସରର୍ସ ଦଳ ରଖିଥିବା ୧୨୧ ରନର ବିଜୟ ଲକ୍ଷ୍ୟକୁ ୯ ଓଭରରେ ୫ ୱିକେଟ ହରାଇ ହାସଲ କରି ଚାମ୍ପିୟନ ହୋଇଥିଲା ।

ଟୁର୍ଣ୍ଣାମେଣ୍ଟ ରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଲୁନାଙ୍କୁ ମ୍ୟାନ ଅଫ ଦି ସିରିଜ୍ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟ ରେ ସେ ୬ ୱିକେଟ ସହ ୨୧୩ ରନ ସଂଗ୍ରହ କରିଥିବାରୁ ତାଙ୍କୁ ବେଷ୍ଟ ବ୍ୟାଟସମ୍ୟାନର ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା । ସେହିପରି ଫାଇନାଲ ମ୍ୟାଚରେ ୧୨ ବଲରେ ୩୮ ରନ ସଂଗ୍ରହ କରିଥିବା ଚିନ୍ମୟ ସାହୁଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା । ୬ଟି ମ୍ୟାଚରେ ୧୧ଟି ୱିକେଟ ନେଇଥିବା ମରିୟାପ୍ପାନଙ୍କୁ ଶ୍ରେଷ୍ଠ ବୋଲର ଭାବେ ଘୋଷଣା କରାଯାଇଥିଲା । ବିଜୟୀ ଦଳର ଅଧିନାୟକ ଦେବେଶ ଦୀପକ ଏବଂ ରନର୍ସ ଅଫ ଦଳର ଅଧିନାୟକ ତନ୍ମୟ ପ୍ରଧାନ ଉଚ୍ଚସ୍ତରୀୟ ନେତୃତ୍ୱ ପ୍ରଦାନ କରିଥିଲେ । ଉଭୟ ଦଳର ଅଧିନାୟକ ଏଭଳି ଆକର୍ଷଣୀୟ ଆୟୋଜନ ପାଇଁ ଆୟୋଜକ ଏବଂ ଜେଏସପି ମ୍ୟାନେଜମେଣ୍ଟକୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଜେଏସପି ଲେଡିଜ ବର୍ଗରେ ୪ଟି ଦଳ ଭାଗ ନେଇଥିଲେ । ଏଥିରେ ଜେକ୍ୟୁଏଲସି କ୍ଲବକୁ ପରାସ୍ତ କରି ଜେକ୍ୟୁଏସଏଫଏସଏସ ଦଳ ଚାମ୍ପିୟନ ହୋଇଥିଲା । ସେହିପରି ସ୍କୁଲ ଟିମ ବର୍ଗରେ ଓପି ଜିନ୍ଦଲ ସ୍କୁଲ ଏକାଦଶ, ସାବିତ୍ରୀ ଜିନ୍ଦଲ ଡିଏଭି ସ୍କୁଲକୁ ପରାସ୍ତ କରି ଚାମ୍ପିୟନ ହୋଇଥିଲା ।

ଫାଇନାଲ ମ୍ୟାଚରେ ମୁଖ୍ୟ ମାନବ ସମ୍ବଳ ଅଧିକାରୀ ଦିଲ୍ଲୀପ ସିହ୍ନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମସ୍ତ ଦଳ ଓ ଖେଳାଳିଙ୍କ ଖେଳୁଆଡ ମନୋଭାବକୁ ବେଶ ପ୍ରଶଂସା କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଏସଏମଏସ ଅଧ୍ୟକ୍ଷ ଅତୁଲ ଦୁବେ, ଏଭିବି-ଏସଏମଏସ ଶ୍ରୀକାନ୍ତ ଆତ୍ରେ, ଜିଏମ-ବିଏଚଆର ଶରତ କିଶୋର ପଣ୍ଡା, ଜିଏମ ସେପ୍ଟି ରାଜୀବ ସୋନି ପ୍ରମୁଖ ପୁରସ୍କାର ବିତରଣ ଉତ୍ସବରେ ସାମିଲ ହୋଇଥିଲେ ।

Share

Leave a Reply