ଦଉଡ଼ି ଦେଇ ଜୀବନ ହାରିଲେ ମହିଳା, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

You are currently viewing ଦଉଡ଼ି ଦେଇ ଜୀବନ ହାରିଲେ ମହିଳା, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

 

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ଅନ୍ତର୍ଗତ ତଳମୂଳ ପାଟଣା ଗ୍ରାମରେ ରବିବାର ଅପରାହ୍ନରେ ଜଣେ ବିବାହିତା ମହିଳାଙ୍କ ମୃତ ଦେହ ଜବତ କରିଛି ପୋଲିସ। ଅନ୍ୟପଟେ ମହିଳାଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି।

ସୂଚନା ଅନୁଯାୟୀ, ବଅଁରପାଳ ଥାନା ତଳମୂଳ ପାଟଣା ଗ୍ରାମର ପ୍ରମୋଦ ନାଏକଙ୍କୁ ନୂଆହତା ପଞ୍ଚାୟତ ତାଳବାହାଳ ଗ୍ରାମର କେଦାର ବେହେରାଙ୍କର ଭଉଣୀ ଲିଜା ବେହେରା ବୟସ (୩୦) ଗତ ୬ ବର୍ଷ ତଳେ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ପର ଠାରୁ ଶାଶୁଘର ଲୋକ ଲିଜାକୁ ଯୌତୁକ ନିର୍ଯାତନା ଦେଇ ଆସୁଥିଲେ। ରବିବାର ଅପରାହ୍ନରେ ଲିଜା ଆତ୍ମହତ୍ୟା କରିଥିବା ଖବର ଶୁଣି ଲିଜାର ଭାଇ ଓ ପରିବାର ଲୋକ ତଳମୂଳ ଆସି ଦେଖିଥିଲେ ଯେ ମୃତ ଅବସ୍ଥାରେ ଲିଜା ତଳେ ପଡ଼ିଛି।ଲିଜାର ଶାଶୁ ଘର ଲୋକ ସୂଚନା ଦେଇଛନ୍ତି ଯେ ଲିଜା ରଶି ଲଗାଇ ଆତ୍ମହତ୍ୟା କରିଥିଲେ ଏବଂ ସେମାନେ କିଛି ସମୟ ପରେ ରଶିକୁ କାଟି ମୃତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରିଥିଲେ।

ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଖବର ଲେଖା ଯିବା ପର୍ଯ୍ୟନ୍ତ ପୋଲିସ କାହାକୁ ଗିରଫ କରି ନଥିବା ଜଣାଯାଇଛି।

Share

Leave a Reply