ଏପ୍ରିଲ ମାସ ପାଇଁ ଅନୁଗୁଳ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଧାର୍ଯ୍ୟ, ଏସବୁ ତାରିଖରେ ଅଭିଯୋଗ ଦାଖଲ କରିପାରିବେ ଲୋକେ

You are currently viewing ଏପ୍ରିଲ ମାସ ପାଇଁ ଅନୁଗୁଳ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଧାର୍ଯ୍ୟ, ଏସବୁ ତାରିଖରେ ଅଭିଯୋଗ ଦାଖଲ କରିପାରିବେ ଲୋକେ

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କର ଏପ୍ରିଲ ମାସ ପାଇଁ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏଥିରେ ଜିଲ୍ଲାପାଳ ଓ ଅନୁଗୁଳ ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେବେ।

ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଏପ୍ରିଲ ମାସ ୩ ତାରିଖ (ସୋମବାର) ପୂର୍ବାହ୍ନ ୧୦ଟାରେ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ପାଳଲହଡା ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବ। ସେହିପରି ୧୦ ତାରିଖ (ସୋମବାର) ପୂର୍ବାହ୍ନ ୮ଟାରେ ଜିଲ୍ଲା କାର୍ଯ୍ୟାଳୟ, ୧୭ ତାରିଖ (ସୋମବାର) ପୂର୍ବାହ୍ନ ୮ଟାରେ ବଅଁରପାଳ ବ୍ଲକ୍ କାର୍ଯ୍ୟାଳୟ ଓ ୨୧ ତାରିଖ (ସୋମବାର) ପୂର୍ବାହ୍ନ ୮ ଟାରେ ଜିଲ୍ଲା କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହେବ।

ସମସ୍ତ କାର୍ଯ୍ୟକ୍ରମରେ ସମ୍ପୃକ୍ତ ଅଞ୍ଚଳର ଜନସାଧାରଣ ଯୋଗ ଦେଇ ନିଜ ନିଜର ଆପତ୍ତି ଅଭିଯୋଗ ଉପସ୍ଥାପନ କରିବାକୁ ଜିଲ୍ଲା ପ୍ରଶାସନ ତରଫରୁ ଜଣାଯାଇଛି।

Share

Leave a Reply