ଅନୁଗୁଳ: ସ୍ଥାନୀୟ ନିଶା ଥାନା ଧୋବାମଳିହା ଗ୍ରାମରେ ଜମିହରା ପ୍ରଜା ଆନ୍ଦୋଳନ କରୁଥିବା ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକଙ୍କୁ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ଆନ୍ଦୋଳନର ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକ ସିପୁନ୍ ସାହୁ ଘଟଣାସ୍ଥଳରେ ଭିଡ଼ିଓ ଉତ୍ତୋଳନ କରି ଖବର ସଂଗ୍ରହ କରୁଥିଲେ। ଏହି ସମୟରେ ମୈତ୍ରୀ କମ୍ପାନୀର କର୍ମଚାରୀ ବ୍ରାହ୍ମଣବିଲର କୈଳାସ ସାହୁ ଏବଂ ଅନ୍ୟ କର୍ମଚାରୀ ଜୋର ଜବରଦସ୍ତ ମୋବାଇଲ ଛଡାଇ ନେଇ ଭିଡିଓ ଡିଲିଟ କରିବାକୁ ଉଦ୍ୟମ କରିବା ସହିତ ସିପୁନକୁ ଗାଳି ଗୁଲଜ କରି ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ଏ ନେଇ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ସାମ୍ବାଦିକ ଜଣଙ୍କ ନିଶା ଥାନାରେ ଅଭିଯୋଗ କରିଛନ୍ତି।
ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକଙ୍କୁ ହତ୍ୟା ଧମକ, ଥାନାରେ ଏତଲା
- Post published:January 9, 2023
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
